ETV Bharat / state

ପୌର ଫାଇଟ: ବିଜେପିର ଅଭିଯୋଗ, ଆଚରଣ ବିଧି ଉଲ୍ଲଂଘନ କରୁଛି ଶାସକ ଦଳ

ବିଜୁ ଜନତା ଦଳ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଅଭିଯୋଗ ଆଣିଛି ଭାରତୀୟ ଜନତା ପାର୍ଟି । ଏହାକୁ ନେଇ ନବରଙ୍ଗପୁର ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଅଧିକ ପଢ଼ନ୍ତୁ

author img

By

Published : Mar 20, 2022, 8:32 PM IST

ପୌର ଫାଇଟ: ବିଜେପିର ଅଭିଯୋଗ, ଆଚରଣ ବିଧି ଉଲ୍ଲଂଘନ କରୁଛି ଶାସକ ଦଳ
ପୌର ଫାଇଟ: ବିଜେପିର ଅଭିଯୋଗ, ଆଚରଣ ବିଧି ଉଲ୍ଲଂଘନ କରୁଛି ଶାସକ ଦଳ

ନବରଙ୍ଗପୁର: ବିଜୁ ଜନତା ଦଳ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଅଭିଯୋଗ ଆଣିଛି ଭାରତୀୟ ଜନତା ପାର୍ଟି । ଏହାକୁ ନେଇ ନବରଙ୍ଗପୁର ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ପୌର ପରିଷଦ ନିର୍ବାଚନ ହାରିଯିବା ଭୟରେ ଶାସକ ଦଳ ବିଜେଡି ସରକାରୀ ବାବୁମାନଙ୍କୁ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି ।

ଖାଲି ସେତିକି ନୁହେଁ ନବରଙ୍ଗପୁର ତହସିଲଦାରଙ୍କ ମାଧ୍ୟମରେ ସରକାରୀ ବାବୁଙ୍କ ପାଇଁ କ୍ଲବ ଘର ପାଇଁ ଜାଗା ଚିହ୍ନଟ ହୋଇଛି । ବ୍ୟବସାୟୀ ମାନଙ୍କୁ GST ଚଢାଉର ଭୟ ଦେଖାଯାଉଛି । ବିଜେପି ପାଇଁ ପ୍ରଚାର କରୁଥିବା କର୍ମୀଙ୍କ ସମ୍ପର୍କୀୟଙ୍କୁ ବଦଳିର ଭୟ ଦେଖାଯାଉଛି । ତାସହ ବିଜେପି କର୍ମୀଙ୍କୁ ଅର୍ଥ ଲୋଭ କିମ୍ବା ଧମକ ଦିଆଯାଉଥିବା ମଧ୍ୟ ଅଭିଯୋଗ ହୋଇଛି ।

ଏହା ଆଦର୍ଶ ଆଚରଣ ବିଧିର ସମ୍ପୂର୍ଣ୍ଣ ଉଲ୍ଲଂଘନ । ଏଭଳି ହୀନ କାର୍ଯ୍ୟରୁ ବିଜେଡି ବିରତ ନହେଲେ ଆଗମୀ ଦିନରେ କେନ୍ଦ୍ର ଓ ରାଜ୍ଯ ନିର୍ବାଚନ ଆୟୋଗ ନିକଟରେ ଫେରାଦ ହେବାକୁ ବିଜେପି ଚେତାବନୀ ଦେଇଛି । ନବରଙ୍ଗପୁର ବିଜେପି ସଭାପତି ଜଗଦୀଶ ବିଷୋୟୀ ଏହି ସାମ୍ବାଦିକ ସମ୍ମିଳନୀ କରିଥିବା ବେଳେ ଏଥିରେ ନବରଙ୍ଗପୁର ପୌରାଧ୍ୟକ୍ଷ ପ୍ରାର୍ଥୀ କୁନୁ ନାୟକ ଓ ବିଜେପି ନେତା ଗୌରୀ ଶଙ୍କର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.