ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ଅଭିଯୋଗରେ ସୋମବାର ଜିଲ୍ଲାପାଳଙ୍କ ଅଫିସ ଘେରିଥିଲା ଜିଲ୍ଲା ବିଜେପି । ଲୋକଙ୍କ ସମସ୍ୟା ସମ୍ପର୍କରେ ଜଣାଇବାକୁ ବିଜେପି ପ୍ରତିନିଧି ଦଳ ଯାଇଥିବା ବେଳେ ସେମାନଙ୍କୁ ଜିଲ୍ଲାପାଳ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛି ।
ଏହାକୁ ନେଇ ଜିଲ୍ଳାପାଳଙ୍କ ବଦଳି ଦାବି କରିଛନ୍ତି ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ଗୌରି ମାଝୀ ଓ ଜଗଦୀଶ ବିଷୋୟୀ ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ