ନବରଙ୍ଗପୁର: ଜିଲ୍ଲା ବିଜେପିର ତେନ୍ତୁଲିଖୁଣ୍ଟି ବିଡ଼ିଓଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ବିଡ଼ିଓ ଦୁର୍ନୀତିରେ ବୁଡି ରହିଥିବା ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ହେରଫେର କରିଥିବା ଅଭିଯୋଗ କରି ବିଡ଼ିଓଙ୍କ ବଦଳି ଦାବିରେ ଜିଲ୍ଲା ବିଜେପି ପକ୍ଷରୁ ତେନ୍ତୁଳିଖୁଣ୍ଟି ବ୍ଲକ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି ।
ତେନ୍ତୁଳିଖୁଣ୍ଟି ବ୍ଲକରେ ବିଡ଼ିଓ ବ୍ୟାପକ ଦୁର୍ନୀତିରେ ବୁଡି ରହିଛନ୍ତି । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଚାଲିଛି । ଏଭଳି ଅଭିଯୋଗ ନେଇ ଜିଲ୍ଲା ବିଜେପି ସଭାପତିଙ୍କ ନେତୃତ୍ବରେ କର୍ମୀଙ୍କୁ ନେଇ ଏକ ଶୋଭାଯାତ୍ରାରେ ଆସି ବିଡ଼ିଓଙ୍କ ବିରୋଧରେ ନାରାବାଜି କରିବା ସହ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ । ଏହା ସହ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ବିଜେପି ପକ୍ଷରୁ ବିଡ଼ିଓଙ୍କ ତୁରନ୍ତ ବଦଳି ଦାବି କରିଛନ୍ତି । ବିଡ଼ିଓ ପୂର୍ବରୁ ଥିବା ସ୍ଥାନମାନଙ୍କରେ ବିଭିନ୍ନ ଦୁର୍ନୀତିରେ ଲିପ୍ତ ଥିବାବେଳ କିଭଳି ତାଙ୍କୁ ଏଠାରେ ଅବସ୍ଥାପିତ କରାଯାଇଛି ତାକୁ ନେଇ ପ୍ରଶ୍ନ କରିଛି ବିଜେପି । ତାଙ୍କୁ ଏଠାରୁ ବଦଳି କରାନଯିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ବଜେପି ଜିଲ୍ଲା ସଭାପତି କହିଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ