ETV Bharat / state

ତେନ୍ତୁଳୀଖୁଣ୍ଟି ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କୁ ଆକ୍ରମଣ, ନିନ୍ଦା କଲା ବିଜେପି - ତେନ୍ତୁଳୀଖୁଣ୍ଟି ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କୁ ଆକ୍ରମଣ ଘଟଣା

ତେନ୍ତୁଳୀଖୁଣ୍ଟି ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିଛି ଜିଲ୍ଲା ବିଜେପି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛି । ଅଧିକ ପଢନ୍ତୁ

ତେନ୍ତୁଳୀଖୁଣ୍ଟି ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କୁ ଆକ୍ରମଣ ଘଟଣା;ନିନ୍ଦା କଲା ବିଜେପି

author img

By

Published : May 27, 2022, 9:20 AM IST

ନବରଙ୍ଗପୁର: ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିଛି ଜିଲ୍ଲା ବିଜେପି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛି । ଆସନ୍ତା 7 ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରା ନଗଲେ । ଆଗାମୀ ଦିନରେ ବିଜେପି ରାଜରାସ୍ତାକୁ ଓହ୍ଲାଇବା ସହ ଥାନା ଘେରାଉ କରିବାର ଚେତାବନୀ ଦେଇଛି ।

ତେନ୍ତୁଳୀଖୁଣ୍ଟି ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କୁ ଆକ୍ରମଣ ଘଟଣା;ନିନ୍ଦା କଲା ବିଜେପି

ସୂଚନା ଅନୁସାରେ, ଗତ ୨୪ରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ କନିଷ୍ଠ ଯନ୍ତ୍ରୀ ରଜନୀକାନ୍ତ ଭକ୍ତଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ । କଙ୍ଗ୍ରା ପଞ୍ଚାୟତରେ ହୋଇଥିବା ରାସ୍ତା, ସ୍କୁଲ ଓ ପାଚେରୀ କାମର ବିଲ ତଦାରଖ କରୁଥିବା ବେଳେ କାମର ବିଲ କରାଇଦେବାକୁ ନେଇ 6 ରୁ 7 ଜଣ ଦୁର୍ବୃତ ବ୍ଲକ ପରିସରରରେ ନିଜ ଘରେ କାମ କରୁଥିବା ସମୟରେ ଘରରୁ ଡାକିଆଣି ଘେରି ଯାଇ ମୁଣ୍ଡରେ ବନ୍ଧୁକର ପଛପଟୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଏହାବି ପଢନ୍ତୁ: ତେନ୍ତୁଳୀଖୁଣ୍ଟି ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କୁ ଆକ୍ରମଣ

ଆକ୍ରମଣ ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତେନ୍ତୁଳୀଖୁଣ୍ଟି ବିଡିଓଙ୍କ ସାହାଯ୍ୟରେ କନିଷ୍ଠ ଯନ୍ତ୍ରୀଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଖରାପ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କୋରାପୁଟ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି l ଏନେଇ କନିଷ୍ଠ ଯନ୍ତ୍ରୀ ବିଡ଼ିଓଙ୍କୁ ଅଭିଯୋଗ କରିବା ସହ ଥାନାରେ ଏତଲା ମଧ୍ୟ ଦେଇଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.