ETV Bharat / state

ରାଜ୍ୟ ସରକାରଙ୍କୁ ବଳଭଦ୍ରଙ୍କ ଟାର୍ଗେଟ

ନବରଙ୍ଗପୁରରେ ରେଳ ଲାଇନକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପୂର୍ବତନ ସାଂସଦ ତଥା ବିଜେପି ନେତା ବଳଭଦ୍ର ମାଝୀ । ସରକାରଙ୍କ ଆନ୍ତରିକତା ଅଭାବରୁ ରେଳ ପ୍ରକଳ୍ପ ଆଗେଇ ପାରୁ ନଥିବା ଅଭିଯୋଗ କରିଛନ୍ତି ବଳଭଦ୍ର ।

author img

By

Published : Jul 11, 2019, 1:55 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ରେଳ ଲାଇନକୁ ନେଇ ଜୋର ଧରିଲା ରାଜନୀତି । ଏନେଇ ନବରଙ୍ଗପୁରଠାରେ ପ୍ରେସ ମିଟ ଜରିଆରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ସାଂସଦ ତଥା ବିଜେପି ନେତା ବଳଭଦ୍ର ମାଝୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର ଭଳି ପଛୁଆ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ରେଳ ଲାଇନ ସଂଯୋଗ ହୋଇପାରିନଥିବା ବେଳେ କେନ୍ଦ୍ର ସରକାର ନବରଙ୍ଗପୁର ଠାରେ ରେଳ ଲାଇନ ସଂଯୋଗୀକରଣକୁ ପ୍ରାଥମିକତା ଦେଇ ପ୍ରକଳ୍ପ ନିମନ୍ତେ ଟଙ୍କା ମଞ୍ଜୁର କରିଥିଲେ । ଗତବର୍ଷ ଓଡିଶାକୁ 5252 କୋଟି ମିଳିଥିଲା । ହେଲେ ସରକାରଙ୍କ ଆନ୍ତରିକତା ଅଭାବରୁ ପ୍ରକଳ୍ପ ଆଗେଇ ପାରୁନଥିବା ଅଭିଯୋଗ କରିଛନ୍ତି ବଳଭଦ୍ର ।

ରାଜ୍ୟ ସରକାର ରେଳ ପ୍ରକଳ୍ପ ନିମନ୍ତେ ଜମି ଯୋଗାଇ ଦେଉନଥିବା ବେଳେ ଜମି ଅଭାବରୁ ପ୍ରକଳ୍ପ କାମ ଆଗେଇ ପାରୁନଥିବା ବଳଭଦ୍ର ଅଭିଯୋଗ କରିଛନ୍ତି । ଏଥିସହ ନବରଙ୍ଗପୁର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଅଭାବ ସମସ୍ୟା, ଉମରକୋଟ ମେଡିକାଲରେ ବ୍ଲଡ଼ ବ୍ୟାଙ୍କ ପ୍ରତିଷ୍ଠା ପାଇଁ ମଞ୍ଜୁରୀ ମିଳିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପ୍ରକଳ୍ପ କାମ ସରିପାରିନଥିବା ବଳଭଦ୍ର ପ୍ରକାଶ କରିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - ବିଜେପି ପ୍ରେସମିଟ
ଫର୍ମାଟ - ଏଭିଓ, ୧୧/୦୭/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
-----------------------------------------------------------------
ଆଙ୍କର - ନବରଙ୍ଗପୁର ଜିଲ୍ଲାରେ ରେଳ ଲାଇନ କୁ ନେଇ ଜୋର ଧରିଲା ରାଜନୀତି । ଏହାକୁ ନେଇ ନବରଙ୍ଗପୁର ଠାରେ ପ୍ରେସ ମିଟ ଜରିଆରେ ରାଜ୍ୟ ସରକାର ଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ସାଂସଦ ତଥା ବିଜେପି ନେତା ବଳଭଦ୍ର ମାଝୀ । ନବରଙ୍ଗପୁର ଭଳି ପଛୁଆ ଅଞ୍ଚଳ ରେ ବର୍ତ୍ତମାନ ସୁଦ୍ଧା ରେଳ ଲାଇନ ସଂଯୋଗ ହୋଇପାରିନଥିବା ବେଳେ କେନ୍ଦ୍ର ସରକାର ନବରଙ୍ଗପୁର ଠାରେ ରେଳ ଲାଇନ ସଂଯୋଗୀକରଣ ପାଇଁ ପ୍ରାଥମିକତା ଦେଇ ପ୍ରକଳ୍ପ ନିମନ୍ତେ ଟଙ୍କା ମଞ୍ଜୁର କରୁଥିବାବେଳେ କିନ୍ତୁ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ପ୍ରକଳ୍ପ ଆଗେଇ ପାରୁନଥିବା ଅଭିଯୋଗ କରିଛନ୍ତି ବଳଭଦ୍ର । ସେ ପ୍ରକାଶ କରିଛନ୍ତି ଯେ ରାଜ୍ୟ ସରକାର ରେଳ ପ୍ରକଳ୍ପ ନିମନ୍ତେ ଜମି ଯୋଗାଇଦେଉନଥିବାବେଳେ ରାଜ୍ୟ ଠାରେ ବିଭିନ୍ନ ପ୍ରକଳ୍ପ ପାଇଁ ଟଙ୍କା ମଞ୍ଜୁର କରିଥିବାବେଳେ ଜମି ଅଭାବରୁ ପ୍ରକଳ୍ପ କାମ ଆଗେଇ ପାରୁନଥିବା ଅଭିଯୋଗ କରିଛନ୍ତି । ଏତଦବ୍ୟତୀତ ନବରଙ୍ଗପୁର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ରେ ଡାକ୍ତର ଅଭାବ ସମସ୍ୟା ଲାଗିରହିଥିବାବେଳେ ଉମରକୋଟ ମେଡିକାଲ ରେ ବ୍ଲଡ଼ ବ୍ୟାଙ୍କ ପ୍ରତିଷ୍ଠା ପାଇଁ ମଞ୍ଜୁରୀ ମିଳିଥିବାବେଳେ କିନ୍ତୁ ବର୍ତ୍ତମାନ ସୁଦ୍ଧା ପ୍ରକଳ୍ପ କାମ ସରିପାରିନଥିବା ପ୍ରକାଶ କରିଥିଲେ । ଯାହାଫଳରେ ରୋଗୀ ହଇରାଣ ହୋଇପାରୁନଥିବା କହିଛନ୍ତି । ଏହାସହ ଉମରକୋଟ କୁ ସବଡିଭିଜନର ମାନ୍ୟତା ପ୍ରଦାନ କରିବା ପାଇଁ ଦାବି ପ୍ରକାଶ କରିଥିଲେ ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.