ନବରଙ୍ଗପୁର: ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ନବରଙ୍ଗପୁର ଏସପି ଅଫିସ ଘେରାଉ କରାଯାଇଛି । ରାଜ୍ୟ ବିଜେପିର ଆହ୍ୱାନ କ୍ରମେ ମାହାଙ୍ଗାରେ ଡବଲ ମର୍ଡରକୁ ପ୍ରତିବାଦ କରି ଏହି ଘେରାଉ କରାଯାଇଛି । ତେବେ ପୋଲିସ ହତ୍ୟାକାରୀଙ୍କୁ ଛାଡି ନିର୍ଦ୍ଦୋଶଙ୍କୁ ଗିରଫ କରୁଛି ବୋଲି ବିଜେପି ଅଭିଯୋଗ କରିଛି ।
ରାଜ୍ୟବ୍ୟାପୀ ମାହାଙ୍ଗା ହତ୍ୟାକାଣ୍ଡକୁ ବିରୋଧ କରାଯାଉ ଥିବାବେଳେ ଆଜି(ଗୁରୁବାର) ନବରଙ୍ଗପୁର ଏସପି ଅଫିସ ଘେରାଉ କରାଯାଇଛି । ମନ୍ତ୍ରୀ ପ୍ରତାପ ଜେନାଙ୍କ ଇଙ୍ଗିତରେ ତାଙ୍କ ସହଯୋଗୀ ଏହି ହତ୍ୟାକାଣ୍ଡ ଘଟାଇଥିବା ବିଜେପି ଅଭିଯୋଗ କରିଛି । ଏଥିସହ ମାମଲରେ ପ୍ରକୃତ ହତ୍ୟାକାରୀଙ୍କୁ ଗିରଫ କରାନଯାଇ ନିର୍ଦ୍ଦୋଶଙ୍କୁ ପୋଲିସ ଗିରଫ କରୁଥିବା ମଧ୍ୟ ଅଭିଯୋଗ କରିଛି ବିଜେପି । ତେବେ ମାମଲାରେ ନିରପେକ୍ଷ ତଦନ୍ତ ଦାବି କରି ଏସପି ଅଫିସ ଘେରାଉ କରିଛି ବିଜେପି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ