ETV Bharat / state

Municipal Election: ନବରଙ୍ଗପୁରରେ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ - ନବରଙ୍ଗପୁରରେ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ପୌର ନିର୍ବାଚନ ପ୍ରାର୍ଥୀପତ୍ର ଦାଖଲକୁ ଆଜି ପଞ୍ଚମ ଦିନ ପୁରିଛି । ତେବେ ନବରଙ୍ଗପୁର ଜିଲ୍ଲାରେ ବିଜେପିର ଦୁଇ ଜଣ ପ୍ରାର୍ଥୀ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅଧିକ ପଢନ୍ତୁ

Municipality Election: ନବରଙ୍ଗପୁରରେ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

author img

By

Published : Mar 6, 2022, 10:49 PM IST

ନବରଙ୍ଗପୁର: ପୌର ନିର୍ବାଚନ ପ୍ରାର୍ଥୀପତ୍ର ଦାଖଲକୁ ଆଜି ପଞ୍ଚମ ଦିନ ପୁରିଛି । ତେବେ ନବରଙ୍ଗପୁର ଜିଲ୍ଲାରେ ବିଜେପିର ଦୁଇ ଜଣ ପ୍ରାର୍ଥୀ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନବରଙ୍ଗପୁର ପୌର ପରିଷଦ ୱାର୍ଡ ନମ୍ବର ପାଇଁ ୧୬ ଅମିତ ପ୍ରଧାନ ଓ ୱାର୍ଡ ନମ୍ବର ୧୭ରୁ ଅଲିଭା ପ୍ରଧାନ ବିଜେପିରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

Municipality Election: ନବରଙ୍ଗପୁରରେ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ତେବେ ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାର ଘରଣୀଙ୍କ ପୀଠରେ ପୂଜାର୍ଚନା ପରେ ନିଜ ଦଳୀୟ ସମର୍ଥକ ଓ ନେତୃ ମଣ୍ଡଳୀଙ୍କ ଗହଣରେ ଏକ ପାଟୁଆରରେ ପୌର କାର୍ଯ୍ୟାଳୟକୁ ଯାଇ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନିଜ ୱାର୍ଡର ସମସ୍ୟା ଓ ତାହାର ସମାଧାନ ନେଇ ଲୋକଙ୍କ ନିକଟକୁ ଯାଇ ଭୋଟ ଭିକ୍ଷା କରିବେ ବୋଲି ପ୍ରାର୍ଥୀପତ୍ର ଦାଖଲ ପରେ କହିଛନ୍ତି ପ୍ରାର୍ଥୀ । ଅନ୍ଯପଟେ ଆଜି ବିଜେଡ଼ି ପକ୍ଷରୁ ପୌର ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ଭୀମ ହରିଜନଙ୍କୁ ପ୍ରାର୍ଥୀ କରାଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.