ETV Bharat / state

ଦଳୀୟ ଟିକେଟ ନମିଳିବାରୁ ସ୍ବାଧୀନ ପ୍ରାର୍ଥୀ ହେଲେ ବିଜେଡି ଉପସଭାପତି !

ଜିଲ୍ଲା ବିଜେଡି ଉପ ସଭାପତି ନିଲମ୍ବିତ । ଚଳିତ ପଞ୍ଚାୟତ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି ବିଜେଡି ଉପ ସଭାପତି ଦିବ୍ୟଦାନ ସୁନା । ଅଧିକ ପଢ଼ନ୍ତୁ

bjd vice president turns to independent party for zilla parishad polls
ଦଳୀୟ ଟିକେଟ ନମିଳିବାରୁ ସ୍ବାଧୀନ ଦଳ ପ୍ରାର୍ଥୀ ହେଲେ ବିଜେଡି ଉପସଭାପତି
author img

By

Published : Feb 1, 2022, 4:44 PM IST

ନବରଙ୍ଗପୁର: ଜିଲ୍ଲା ବିଜେଡି ଉପ ସଭାପତି ନିଲମ୍ବିତ । ଚଳିତ ପଞ୍ଚାୟତ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି ବିଜେଡି ଉପ ସଭାପତି ଦିବ୍ୟଦାନ ସୁନା। ଦଳୀୟ ଟିକେଟ ନ ମିଳିବାରୁ ସ୍ବାଧୀନ ପ୍ରାର୍ଥୀଭାବେ ନନ୍ଦାହାଣ୍ଡି ବ୍ଲକ ଜିଲା ପରିଷଦ ଜୋନ୍‌-୧ରୁ ନିର୍ବାଚନ ଲଢୁଛନ୍ତି। ଯାହା ଫଳରେ ତାଙ୍କୁ ବିଜେଡି ଦଳରୁ ନିଲମ୍ବିତ କରାଯାଇଛି।

ଦିବ୍ୟଦାନ ସୁନାଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିବା ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନବରଙ୍ଗପୁର ଜିଲା ବିଜେଡି ଉପସଭାପତି ଭାବେ ଦିବ୍ୟଦାନ ସୁନା ଦାୟିତ୍ବ ତୁଲାଉଥିଲେ। ଚଳିତ ନିର୍ବାଚନରେ ଦଳ ପକ୍ଷରୁ ତାଙ୍କୁ ଟିକେଟ ନମିଳି ନାରାୟଣ ରଥଙ୍କୁ ଟିକେଟ ଦିଆଯାଇଛି। ତେଣୁ ବିଜେଡିକୁ ଟକ୍କର ଦେଇ ବିଜୟୀ ହେବେ ବୋଲି ଦିବ୍ୟଦାନ କହିଛନ୍ତି। ବିଜେଡି ଟିକେଟ ନ ମିଳିବାରୁ ଦିବ୍ୟଦାନ ଉପସଭାପତି ପଦରୁ ଇସ୍ତଫା ଦେଇଥିଲେ। ତେବେ ତାହା ଗୃହୀତ ହୋଇ ନ ଥିବା ସେ କହିଛନ୍ତି।

ଦିବ୍ୟଦାନ ପୂର୍ବରୁ ନନ୍ଦାହାଣ୍ଡି ବ୍ଲକ ପଡ଼ାଲଗୁଡ଼ା ପଞ୍ଚାୟତରେ ୪ଥର ସରପଞ୍ଚ ଓ ସମିତି ସଭ୍ୟ ହୋଇଥିବା ବେଳେ ୨୦୧୨ରୁ ୨୦୧୭ ମଧ୍ୟରେ ନନ୍ଦାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ଥିଲେ। ୬ ମାସ ପାଇଁ ବ୍ଲକ ଅଧ୍ୟକ୍ଷ ମଧ୍ୟ ହୋଇଥିଲେ। କିନ୍ତୁ ଦଳ ତାଙ୍କ ବଦଳରେ ନୂଆ ଚେହେରାକୁ ଆଣି ଟିକେଟ ଦେଇଥିବାରୁ ଦଳ ଛାଡ଼ି ସ୍ବାଧୀନ ଦଳକୁ ବାଛିଲେ ଦିବ୍ୟଦାନ ସୁନା।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.