ନବରଙ୍ଗପୁର: ଉମରକୋଟ ପୌର ପରିଷଦର ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି ବିଜେଡିର ରାଧା ଭତ୍ରା । ସେ ନିକଟତମ ପ୍ରତିଦ୍ଵନ୍ଦୀ ବିଜେପିର ରିଙ୍କି ଗଣ୍ଡଙ୍କଠାରୁ ୩୫୭୦ ଭୋଟରେ ବିଜୟୀ ହୋଇଛନ୍ତି । ରାଧାଙ୍କୁ ୮୬୬୯ ଖଣ୍ଡ ଭୋଟ ମିଳିଥିବା ବେଳେ ରିଙ୍କି ଗଣ୍ଡଙ୍କୁ ୫୦୯୯ ଭୋଟ ଖଣ୍ଡ ଭୋଟ ମିଳିଛି।
ସେହିପରି ଏଠାରେ କଂଗ୍ରେସର ଦମୟନ୍ତୀ ଦିଶାରୀଙ୍କୁ ମିଳିଛି ମାତ୍ର ୨୪୭୩ ଖଣ୍ଡ ଭୋଟ। କଂଗ୍ରେସ ଉମରକୋଟ ପୌରପରିଷଦରେ ତୃତୀୟ ସ୍ଥାନରେ ରହିଥିବା ବେଳେ ବିଏସପିର ସନ୍ତୋଷିନୀ ମାଝୀ ଶେଷ ସ୍ଥାନରେ ରହିଛନ୍ତି । ସେହିପରି ନୋଟାରେ ୨୨୬ଟି ଭୋଟ ପଡିଛି । ଉମରକୋଟର ୧୪ଟି ୱାର୍ଡ ମଧ୍ୟରୁ ବିଜେଡି ହାତକୁ ୧୧ୱାର୍ଡ ଯାଇଥିବା ବେଳେ କଂଗ୍ରେସ ୨ଟି ୱାର୍ଡ ବିଜୟୀ ହୋଇଛି। ସେପଟେ ବିଜେପି ମାତ୍ର ଗୋଟିଏ ୱାର୍ଡରେ ବିଜୟୀ ହୋଇ ନିଜ ଅସ୍ଥିତ୍ଵ ବଞ୍ଚାଇବାକୁ ସଫଳ ହୋଇଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ