ETV Bharat / state

ସାପ କାମୁ଼ଡାରେ ଶିଶୁକନ୍ୟା ମୃତ

author img

By

Published : Apr 19, 2022, 11:57 AM IST

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପୋଣ୍ଡିକୋଟ ଗ୍ରାମରେ ଅଘଟଣ । ମାଆ କୋଳ ଖାଲି ହୋଇଯାଇଛି । ସାପ କାମୁଡାରେ ଜଣେ ଶିଶୁର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ସାପ କାମୁ଼ଡାରେ ଶିଶୁକନ୍ୟା ମୃତ
ସାପ କାମୁ଼ଡାରେ ଶିଶୁକନ୍ୟା ମୃତ

ନବରଙ୍ଗପୁର: ଜିଲ୍ଲା ପାପଡାହାଣ୍ଡି ବ୍ଲକ ପୋଣ୍ଡିକୋଟ ଗ୍ରାମରେ ଅଘଟଣ । ମାଆ କୋଳ ଖାଲି ହୋଇଯାଇଛି । ସାପ କାମୁଡାରେ ଜଣେ ଶିଶୁର ମୃତ୍ୟୁ ହୋଇଛି । ମୃତ ଶିଶୁ ପୋଣ୍ଡିକୋଟ ଗ୍ରାମର ଜଗନ୍ନାଥ ଗୌଡ଼ଙ୍କ ଝିଅ ଲକ୍ଷ୍ମୀ ଗୌଡ଼ ।

ସୂଚନା ଅନୁଯାୟୀ ଜଗନ୍ନାଥ ଗୌଡ଼ ରାତିରେ ନିଜ ପରିବାର ସହ ଘର ଭିତରେ ଶୋଇଥିଲେ । 5ଜଣ ସଦସ୍ୟ ଶୋଇବା ସମୟରେ ରାତ୍ର 1ଘଣ୍ଟା ସମୟରେ ଏକ ବିଷଧର ସାପ ଲକ୍ଷ୍ମୀକୁ କାମୁଡି ପକାଇଥିଲା । ହଠାତ୍ ଜଗନ୍ନାଥଙ୍କ ନିଦ ଭାଙ୍ଗି ଯାଇଥିଲା । ଝିଅକୁ ଦେଖିବାବେଳେ ଲକ୍ଷ୍ମୀଙ୍କ ମୁହଁରୁ ଫେଣ ବାହାରିବା ଦେଖି ପରିବାର ଲୋକଙ୍କୁ ଉଠାଇଥିଲେ । ପରେ ତୁରନ୍ତ 108 ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଣି ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏନେଇ ଜଗନ୍ନାଥ ଗୌଡ଼ ପାପଡାହାଣ୍ଡି ଥାନାରେ ଏତଲା ଦେଇଥିଲେ । ଏତଲା ଆଧାରରେ ପାପଡାହାଣ୍ଡି ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ମୀରା ନାୟକ ସୂଚନା ଦେଇଛନ୍ତି । ଏନେଇ ପାପଡାହାଣ୍ଡି ଥାନାରେ ନମ୍ବର 05 /22 ମାମଲା ରୁଜୁ ହୋଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.