ETV Bharat / state

ସୀତାଙ୍କ ହାତରେ ହସୁଛି ସୁନାର କ୍ଷେତ, ଅନ୍ୟମାନଙ୍କ ପାଇଁ ସାଜିଲେ ରୋଲ ମଡେଲ - କ୍ଷେତରେ ସୁନା ଫସଲ ଫଳାଇଲେ ମହିଳା

ନବରଙ୍ଗପୁର ସହରର ୱାଇ. ସନ୍ୟାସୀ ରାଓଙ୍କ ଝିଅ ଏ.ସୀତା ଚାଷୀଙ୍କ ପାଇଁ ରୋଲ ମଡେଲ କହିଲେ ଅତ୍ୟୁକ୍ତି ହେବ ନାହିଁ l ଅଧିକ ପଢନ୍ତୁ...

କ୍ଷେତରେ ସୁନା ଫସଲ ଫଳାଇଲେ ମହିଳା
କ୍ଷେତରେ ସୁନା ଫସଲ ଫଳାଇଲେ ମହିଳା
author img

By

Published : Feb 2, 2021, 8:48 PM IST

ନବରଙ୍ଗପୁର: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆଦିବାସୀ ମହିଳା ଚାଷ କରିବା କିଛି ନୂଆ କଥା ନୁହେଁ l କିନ୍ତୁ ଜଣେ ସ୍ୱଚ୍ଛଳ ବର୍ଗର ଓ ଉଚ୍ଚ ଶିକ୍ଷିତା ମହିଳା ଚାଷ ପ୍ରତି ଆକୃଷ୍ଟ ହେବା ନିଶ୍ଚିତ ଭାବେ ଅନ୍ୟ ମହିଳା ଓ ଚାଷୀଙ୍କ ପାଇଁ ରୋଲ ମଡେଲ କହିଲେ ଅତ୍ୟୁକ୍ତି ହେବ ନାହିଁ l ଏଭଳି ମହିଳା ହେଉଛନ୍ତି ନବରଙ୍ଗପୁର ସହରର ୱାଇ. ସନ୍ୟାସୀ ରାଓଙ୍କ ଝିଅ ଏ.ସୀତା l ଯିଏକି ୬ ଏକର ଜମିକୁ ଲିଜ ସୂତ୍ରରେ ନେଇ ଅଦା ଚାଷ କରି ସଫଳ ଚାଷୀ ହୋଇଛନ୍ତି l

କ୍ଷେତରେ ସୁନା ଫସଲ ଫଳାଇଲେ ମହିଳା

ଏ.ସୀତା ଜଣେ ଉଚ୍ଚ ଶିକ୍ଷିତା ମହିଳା l ସେ ପ୍ରାୟ ୨୨ ବର୍ଷ ତଳେ ବିଶାଖପାଟଣାରେ ରବି କୁମାରଙ୍କୁ ବିବାହ କରିଥିଲେ l ଆଉ ବିବାହର 4 ବର୍ଷ ପରେ ତାଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଥିଲା l ସ୍ୱାମୀଙ୍କ ଚାଲିଯିବା ଦୁଃଖରେ ଭାଙ୍ଗିପଡିଥିବା ସୀତା, ପରେ ସବୁ ଦୁଃଖକୁ ଛାତି ଭିତରେ ଚାପି ଧରି ପରବର୍ତ୍ତୀ ସମୟରେ ସେ ତେନ୍ତୁଳି ଓ ଅଦା ବ୍ୟବସାୟ କରିଥିଲେ l କିନ୍ତୁ ଛୋଟ ବେଳୁ ଚାଷ ପ୍ରତି ତାଙ୍କର ଦୁର୍ବଳତା ଥିବା ସହ କେରଳ ରାଜ୍ୟର ଲୋକେ ନବରଙ୍ଗପୁର ଜିଲ୍ଲାକୁ ଆସି ଚାଷ କରୁଥିବା ଦେଖି ସେ ମଧ୍ୟ ନବରଙ୍ଗପୁରରେ ଚାଷ କରିବାକୁ ମନବଳାଇ ଥିଲେ ।

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ଗ୍ରାମର ଜଣେ ବ୍ୟକ୍ତିଙ୍କ ୬ ଏକର ବିଶିଷ୍ଟ ଡ଼ଙ୍ଗର ବା ପାହାଡି ଜମିକୁ ଲିଜ ସୂତ୍ରରେ ନେଇ ସେ ଅଦା ଚାଷ ଆରମ୍ଭ କରିଛନ୍ତି l ଲକ୍ଷେ କି ଦୁଇ ଲକ୍ଷ ନୁହେଁ ପ୍ରାୟ ୨୬ ଲକ୍ଷ ଟଙ୍କା ବିନିମୟରେ ସେ ଅଦା ଚାଷ କରିଛନ୍ତି l ବର୍ଷା ଋତୁରେ ବହୁତ ଦିନ ବର୍ଷା ଲାଗିରହିବାରୁ ଅଦା ଚାଷରେ ପୋକ ଲାଗି ପ୍ରାୟ ୩୦ ରୁ ୪୦ ପ୍ରତିଶତ ଅଦା ଗଛ ନଷ୍ଟ ହୋଇଯାଇଥିଲା । ଏଣୁ ନଷ୍ଟ ହୋଇଥିବା ଅଦା ଗଛକୁ ଓପାଡି ସେଠାରେ ସେ ମିଶ୍ରିତ ଫସଲ ଚାଷ କରିଛନ୍ତି l

ଅମୃତଭଣ୍ଡା, କାନ୍ଦୁଲ, କ୍ୟାପସିକମ, ମଟରଚଣା, ବିନ୍ସ, ବାଇଗଣ, ଗେଣ୍ଡୁଫୁଲ, ସେବତୀ ଫୁଲ ଇତ୍ୟାଦି ଚାଷ କରିଛନ୍ତି l ସେ ପ୍ରଥମ ଥର ପାଇଁ ଚାଷ କ୍ଷେତ୍ରରେ ପାଦ ଥାପି ଥିବାବେଳେ ପ୍ରତିଟି ଚାଷ ପ୍ରଣାଳୀକୁ ଶିଖିବା ତାଙ୍କର ମୂଳ ଉଦ୍ଦେଶ୍ୟ ବୋଲି କହିଛନ୍ତି l ୩୦ ଜଣ ସ୍ଥାନୀୟ ଶ୍ରମିକକୁ ସେ ପ୍ରତିଦିନ କାମ ଦେଇ ସେମାନଙ୍କୁ ମଧ୍ୟ ରୋଜଗାରକ୍ଷମ କରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି l

ସଫଳ ଚାଷୀ ହେବାକୁ ଅଣ୍ଟା ଭିଡିଥିବା ସୀତାଙ୍କୁ ତାଙ୍କ ବାପା ୱାଇ. ସନ୍ୟାସୀ ଓ ମାଁ ଭେଙ୍କଟେସ୍ୱରୀ ସାହସ ଦେଉଥିବା ବେଳେ ସେମାନେ ମଧ୍ୟ ଉକ୍ତ ଜମିରେ ନିୟମିତ ରହି ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି l ଅନ୍ୟପଟେ ଅଦାଚାଷ ପାଇଁ ସରକାରଙ୍କ ତରଫରୁ ତାଙ୍କୁ କିଛି ସାହାଯ୍ୟ ମିଳିନାହିଁ l କେବଳ ସବସିଡିରେ ପାଣି ସିଞ୍ଚନ ପାଇପ ମିଳିଥିବା ବେଳେ ବ୍ୟାଙ୍କ ଋଣ କିମ୍ବା କୃଷି ବିଭାଗ ତରଫରୁ ଅଦା ଚାଷ ପାଇଁ କୌଣସି ବୈଷୟିକ ସହାୟତା ମିଳିନାହିଁ l

ଆନ୍ଧ୍ର ଓ ବିଭିନ୍ନ ଅଞ୍ଚଳ ବୁଲି ଅଭିଜ୍ଞ ଚାଷୀଙ୍କ ଠାରୁ କିଛି କୌଶଳ ଶିକ୍ଷା କରିଥିବା ସେ କହିଛନ୍ତି l ସ୍ଥାନୀୟ ଅଞ୍ଚଳରେ ଆବଶ୍ୟକୀୟ ବଜାର ଉପଲବ୍ଧ ନଥିବାରୁ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଇ ଅଦା କ୍ରୟ କରିବାକୁ ସାହାଯ୍ୟ କରିବାକୁ ସେ ଦାବି କରିଛନ୍ତି । ତେବେ ଜୀବନର ପ୍ରତିଟି ପାହଚରେ ତମାମ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ନ ଭାଙ୍ଗିପଡି ଆତ୍ମନିର୍ଭର ହୋଇପାରିଛନ୍ତି ଏ.ସୀତା । ଯାହା ସମସ୍ତଙ୍କ ପାଇଁ ଉଦାହରଣ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.