ନବରଙ୍ଗପୁର: ରାଜରାସ୍ତାର ବୁଲୁଛନ୍ତି ଭାଲୁ । ନବରଙ୍ଗପୁର ନନ୍ଦହାଣ୍ଡି ମୁଖ୍ୟ ରାସ୍ତା କଡରେ ଥିବା ଏକ ଜମିରେ ଦିନ ଦ୍ବିପହରେ ଚାରିଟି ଭାଲୁକୁ ଦେଖିବାକୁ ମିଳିଛି । ଗତବର୍ଷ ସେହି ଅଞ୍ଚଳରେ ଥିବା ସିନ୍ଧିଗୁଡା ଜଙ୍ଗଲରେ ଜଣେ ବୃଦ୍ଧାଙ୍କୁ ଭାଲୁ ଆକ୍ରମଣ କରିଥିଲା । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ମଧ୍ୟ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି ।
କେତେବେଳେ ଭାଲୁ ଖାଦ୍ୟ ଅନ୍ବେଷଣ କରିବା ପାଇଁ ଜନଗହଳିପୂର୍ଣ୍ଣ ସ୍ଥାନକୁ ଚାଲିଆସୁଛି । ତ ଆଉ କେତେବେଳେ ପରିତ୍ୟକ୍ତ କୂଅରେ ଫସି ଯାଉଛି । ଚାରିଟି ଭାଲୁକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା । ଯାହାକୁ ନେଇ ସନ୍ଧ୍ୟା ହେଲେ ଲୋକେ ଘରୁ ବାହାରୁ ନାହାନ୍ତି । ହେଲେ ବନବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବା ଅଭିଯୋଗ ହୋଇଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ