ETV Bharat / state

ନବରଙ୍ଗପୁରରେ ଆତଙ୍କ ଖେଳାଇଛି ଭାଲୁ, ଭୟଭୀତ ଲୋକେ - ନବରଙ୍ଗପୁରରେ ଭାଲୁ ଆତଙ୍କ

ନବରଙ୍ଗପୁର ବ୍ଲକ ଭତରାସିଉନି ଗ୍ରାମରେ ଭାଲୁ ଆତଙ୍କ । ସପ୍ତାହେ ହେଲା ଲୋକଙ୍କ ଘରେ ପଶୁଛି ଭାଲୁ । ଯାହାକୁ ନେଇ ଗ୍ରାମବାସୀ ଭୟଭୀତ l ଅଧିକ ପଢନ୍ତୁ

ଆତଙ୍କ ଖେଳାଇଛି ଭାଲୁ
ଆତଙ୍କ ଖେଳାଇଛି ଭାଲୁ
author img

By ETV Bharat Odisha Team

Published : Nov 5, 2023, 3:45 PM IST

Updated : Nov 5, 2023, 5:28 PM IST

ନବରଙ୍ଗପୁରରେ ଆତଙ୍କ ଖେଳାଇଛି ଭାଲୁ

ନବରଙ୍ଗପୁର: ନବରଙ୍ଗପୁର ବ୍ଲକ ଭତରାସିଉନି ଗ୍ରାମରେ ଭାଲୁ ଆତଙ୍କ । ସପ୍ତାହେ ହେଲା ଲୋକଙ୍କ ଘରେ ପଶୁଛି ଭାଲୁ । ଏନେଇ ପୂରା ଅଞ୍ଚଳରେ ଭାଲୁକୁ ନେଇ ଭୟର ବାତାବରଣ । ତେବେ ଅଭିଯୋଗ ଅନୁସାରେ, ଗତ ଏକ ସପ୍ତାହ ହେଲେ ଭାଲୁଟି ଭତରାସିଉନି ଗାଁରେ ଆତଙ୍କ ସୃଷ୍ଟି କରିଛି । ୪ ଦିନ ପୂର୍ବେ ଗାଁରେ ଏକ ମେଣ୍ଡାକୁ ମାରି ଥିବା ମଧ୍ୟ ଅଭିଯୋଗ ହୋଇଛି । ଯାହାକୁ ନେଇ ଗ୍ରାମବାସୀ ଭୟଭୀତ ଥିବା ଦେଖିବାକୁ ମିଳିଛି । ପ୍ରତିଦିନ ପ୍ରାୟ 4ଟି ଭାଲୁ ରାତିରେ ଗାଁ ଭିତରେ ପ୍ରବେଶ କରୁଥିବା ବେଳେ ସକାଳ ଯାଏଁ ରହୁଛନ୍ତି ବୋଲି ଅଭିଯୋଗ ହୋଇଛି l ସେହିପରି ଗ୍ରାମର ବାବୁଲି ମିଶ୍ରଙ୍କ ଘରେ ପଶିଥିଲା ।

ଅନ୍ୟପଟେ ଭାଲୁର ଅବସ୍ଥିତିକୁ ନେଇ ଗ୍ରାମବାସୀ ବାରମ୍ବାର ନବରଙ୍ଗପୁର ବନ ବିଭାଗକୁ ଖବର ଦେଉଛନ୍ତି । ହେଲେ ବନ ବିଭାଗ ଏନେଇ ଉଚିତ ପଦକ୍ଷେପ ନ ନେଇ କେବଳ ଗାଁକୁ ଯାଇ ଗ୍ରାମବାସୀଙ୍କୁ ସତର୍କ ରହିବାକୁ ସଚେତନତା କରି ଚାଲିଯାଉଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ଭବିଷ୍ୟତରେ ଭାଲୁ କିମ୍ବା ମଣିଷର ଜୀବନହାନୀ ହୋଇପାରେ । ଆଉ ଏଥିପାଇଁ କେବଳ ବନ ବିଭାଗ ହିଁ ଦାୟୀ ରହିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ତେଣୁ ବନ ବିଭାଗ ତୁରନ୍ତ ଭାଲୁକୁ ଉଦ୍ଧାର କରି ଜଙ୍ଗଲରେ ଛାଡିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ - ନବରଙ୍ଗପୁରରେ ଭାଲୁ ଆତଙ୍କ, ବିଚ ରାସ୍ତାରେ ଛେଳିକୁ ଝୁଣି ଖାଇଲା

ଏହା ମଧ୍ୟ ପଢନ୍ତୁ - Watch: ଭାଲୁକୁ ଲାଗିଲା ଭୋକ , ଅମୂଲ ପାର୍ଲରରେ ପଶି ପିଇଲା କ୍ଷୀର

ସେହିଭଳି ନବରଙ୍ଗପୁର ସହରର ମଧ୍ୟ ଭାଗରେ ଥିବା ମିଶନ କମ୍ପାଉଣ୍ଡରେ ମଧ୍ୟ ଭାଲୁ ବୁଲୁଥିବାର ଭିଡିଓ ସାମ୍ନାକୁ ଆସିଛି l ଯାହାକୁ ନେଇ ଲୋକେ ଭୟଭୀତ ରହିଛନ୍ତି l ଦିନକୁ ଦିନ ଜଙ୍ଗଲ କ୍ଷୟ, ଜଙ୍ଗଲରେ ନିଆଁ ଓ ଖାଦ୍ୟ ସଂଗ୍ରହ ପାଇଁ ବନ୍ୟଜନ୍ତୁ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳୁଛି l ପ୍ରକାଶ ଥାଉକି, ଗତ କିଛି ମାସ ପୂର୍ବେ ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରୀ ପଞ୍ଚାୟତ ଅନ୍ତର୍ଗତ ପଠାନଗୁଡା ରାସ୍ତା ଉପରେ ଭାଲୁ ବୁଲୁଥିବାର ଦେଖିବାକୁ ମିଳିଥିଲା । ଦିନ ଦ୍ବିପହରରେ ରାସ୍ତା ମଝିରେ ଭାଲୁ ଏକ ଛେଳିକୁ ଖାଉଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।

ଇଟିଭି ଭାରତ, ନବରଙ୍ଗପୁର

Last Updated : Nov 5, 2023, 5:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.