ETV Bharat / state

ଭାଲୁ ଆକ୍ରମଣରେ ମୃତକଙ୍କ ପରିବାରକୁ ୪ ଲକ୍ଷର ସହାୟତା

author img

By

Published : Jan 31, 2020, 2:39 AM IST

ନବରଙ୍ଗପୁର ଜିଲ୍ଲାରେ ଭାଲୁ ଆକ୍ରମଣରେ ମୃତ ବ୍ୟକ୍ତିର ପରିବାରକୁ ଡାବୁଗାଁ ବନବିଭାଗ ତରଫରୁ ୪ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

bear-attack-deceased-persons-family-get-4-lacks-compensation-of-dabugam-forest-range
ଭାଲୁ ଆକ୍ରମଣରେ ମୃତକଙ୍କ ପରିବାରକୁ ବନବିଭାଗ ପକ୍ଷରୁ ୪ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ

ନବରଙ୍ଗପୁର: ଭାଲୁ ଆକ୍ରମଣରେ ମୃତ ବ୍ୟକ୍ତିର ପରିବାରକୁ ବନ ବିଭାଗ ପକ୍ଷରୁ ସହାୟତା ରାଶି ପ୍ରଦାନ । ଏ ନେଇ ଡାବୁଗାଁ ବନ ବିଭାଗ ତରଫରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି ।

ଡାବୁଗାଁ ଥାନା ଅନ୍ତର୍ଗତ ହଳଦୀ ଗ୍ରାମର ନରସିଂହ ଜାନି ଗତ ଜୁଲାଇ ୨୦୧୯ ମସିହାରେ ଭାଲୁ ଆକ୍ରମଣରେ ମୃତ୍ୟୁ ବରଣ କରିଥିଲା । ନବରଙ୍ଗପୁର ବନଖଣ୍ଡ ଅଧିକାରୀ ରଞ୍ଜିତ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ଡାବୁଗାଁ ବନାଞ୍ଚଳ କାର୍ଯ୍ୟାଳୟରେ ବନାଞ୍ଚଳ ଅଧିକାରୀ ସେତୁ ରଞ୍ଜନୀ ଗମାଙ୍ଗ, ଡାବୁଗାଁ ବ୍ଲକ୍ ଚଚରାଗୁଡ଼ା ସରପଞ୍ଚ ଧରମା ନନ୍ଦ ନାୟକ, ଡାବୁଗାଁ ବନପାଳ ଲକ୍ଷ୍ମୀକାନ୍ତ ସାହୁଙ୍କ ଉପସ୍ଥିତିରେ ଭାଲୁ ଆକ୍ରମଣରେ ମୃତ ନରସିଂହ ଜାନିର ପତ୍ନୀ ପାର୍ବତୀ ଜାନି ପୁଅ ଗଣେଶ ଜାନିକୁ ୪ ଲକ୍ଷ ଟଙ୍କାର ଏକ ସହାୟତା ରାଶି ଚେକ୍ ପ୍ରଦାନ କରାଯାଇଛି ।

ସୂଚନା ଥାଉକି ଗତ ଜୁଲାଇ ୧୪ ତାରିଖ ୨୦୧୯ ମସିହାରେ ହଳଦୀ ଗ୍ରାମର ନରସିଂହ ଜାନି ରାତ୍ର ୮ ଘଣ୍ଟା ସମୟରେ ଖାଇ ସାରି ନିଜ ଜମି କୁ ଧାନ ତଳି ଦେଖିବାକୁ ଯାଇଥିବା ସମୟରେ ପାଖ ଜଙ୍ଗଲରୁ ଭାଲୁ ଆସି ନରସିଂହ ଙ୍କୁ ଆକ୍ରମଣ କରିଥିଲା । ରାତିରେ ନରସିଂହ ଜାନି ଘରକୁ ଫେରି ନଥିଲେ । ପରିବାର ଲୋକେ ବହୁ ସ୍ଥାନରେ ଖୋଜାଖୋଜି କରିଥିଲେ ସୁଦ୍ଧା ନରସିଂହକୁ ପାଇ ନଥିଲେ । ତା ପରଦିନ ସକାଳ ସମୟରେ ଭାଲୁ ଆକ୍ରମଣରେ କ୍ଷତାକ୍ତ ଅବସ୍ଥାରେ ଗ୍ରାମରୁ ୪୦୦ ମିଟର ଦୂର ଏକ କାଜୁ ବାଡ଼ ନିକଟରେ ତାଙ୍କୁ ଠାବ କରାଯାଇଥିଲା । ଏହାପରେ ତୁରନ୍ତ ଗ୍ରାମବାସୀ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ,ଇଟିଭି ଭାରତ

Intro:Body:

th

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.