ETV Bharat / state

ଗାନ୍ଧୀ ଜୟନ୍ତୀ ଅବସରରେ ଲୋକ କଳା ଗ୍ରାମ ଲୋକାର୍ପିତ - ଲୋକ କଳା ଗ୍ରାମ ଲୋକାର୍ପିତ

ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ ଅବସରରେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ବି ମାଳିଗୁଡା ଗାଁକୁ ଜିଲ୍ଲା ସ୍ତରୀୟ ଲୋକକଳା ଗାଁ ଭାବେ ଚୟନ କରାଯାଇ ଲୋକାର୍ପିତ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗୁପର
author img

By

Published : Oct 3, 2019, 5:44 AM IST

ନବରଙ୍ଗୁପର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ ଅବସରରେ ରାଜ୍ୟ ସରକାରଙ୍କ ଉତ୍କଳ କଳା ଓ ସଂସ୍କୃତିକୁ ବଜୟା ରଖିବା ପାଇଁ ‘ବ୍ଲକ ଓ ଜିଲ୍ଲା କଳା ସଂସ୍କୃତି ସଂଘ’ ଗଠନ କରାଯାଇ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ବି ମାଳିଗୁଡା ଗାଁକୁ ଜିଲ୍ଲା ସ୍ତରୀୟ ଲୋକକଳା ଗାଁ ଭାବେ ଚୟନ କରାଯାଇ ଲୋକାର୍ପିତ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗୁପର

ଗାନ୍ଧୀ ଜୟନ୍ତୀ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳଙ୍କ ସମେତ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲା ଶ୍ରମ ବିଭାଗ ତରଫରୁ ପରିବା ବିକାଳୀ, ରିକ୍ସାବାଲାଙ୍କୁ ପେନସନ ପ୍ରଦାନ କରାଯାଇଥିଲା । ଏହାସହ ଜିଲ୍ଲା ଭାରପ୍ରାପ୍ତ ଚିକିତ୍ସାଅଧିକାରୀ ଉପସ୍ଥିତ ରହି ମୁଖ୍ୟ ଚିକିତ୍ସାଳୟ ତରଫରୁ ବିଶ୍ବାସ ଯୋଜନା ନାମକ ଏକ ପଠନ ପୁସ୍ତକ ବିଧାୟକ, ଜିଲ୍ଲାପାଳ ଓ ଏସପିଙ୍କ ଦ୍ଵାରା ଉନ୍ମୋଚନ ହୋଇଥିଲା ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - ଗାନ୍ଧୀ ଜୟନ୍ତୀ ଅବସରରେ ଲୋକ କଳା ଗ୍ରାମ ଲୋକାର୍ପିତ
ଫର୍ମାଟ - ଏଭିଓ, ୦୨/୧୦/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
---------------------------------------------------------
ଆଙ୍କର - ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ୧୫୦ ତମ ଜୟନ୍ତୀ ପାଳନ ଅବସରରେ ରାଜ୍ୟ ସରକାର ଙ୍କ ଉତ୍କଳ ର କଳା ଓ ସଂସ୍କୃତି କୁ ବଞ୍ଚାଇ ରଖିବା ପାଇଁ ଆରମ୍ଭ କରିଥିବା " ବ୍ଲକ ଓ ଜିଲ୍ଲା କଳା ସଂସ୍କୃତି ସଂଘ" ଗଠନ କରାଯାଇ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ବି ମାଳିଗୁଡା ଗ୍ରାମ କୁ ଜିଲ୍ଲା ସ୍ତରୀୟ ଲୋକକଳା ଗ୍ରାମ ଭାବେ ଚୟନ କରାଯାଇ ଗାନ୍ଧୀ ଜୟନ୍ତୀ ଅବସରରେ ଉକ୍ତ ବି ମାଳିଗୁଡା ଗ୍ରାମକୁ ଲୋକାର୍ପିତ କରାଯାଇଥିଲା । ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ ଙ୍କ ସମେତ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ପ୍ରମୁଖ ଯୋଗଦାନ କରିଥିଲେ । ଏହି ଅବସରରେ ଜିଲ୍ଲା ଶ୍ରମ ବିଭାଗ ତରଫରୁ ପରିବା ବିକାଳୀ, ରିକ୍ସାବାଲା ଙ୍କୁ ପେନସନ ପ୍ରଦାନ କରାଯାଇଥିଲା । ଏହାସହ ଜିଲ୍ଲା ଭାରପ୍ରାପ୍ତ ଚିକିତ୍ସାଅଧିକାରୀ ଉପସ୍ଥିତ ରହି ମୁଖ୍ୟ ଚିକିତ୍ସାଳୟ ତରଫରୁ ବିଶ୍ୱାସ ଯୋଜନା ନାମକ ଏକ ପଠନ ପୁସ୍ତକ ବିଧାୟକ , ଜିଲ୍ଲାପାଳ ଓ ଏସପି ଙ୍କ ଦ୍ଵାରା ଉନ୍ମୋଚନ ହୋଇଥିଲା ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.