ETV Bharat / state

ନିଆଁ ଦାଉରୁ ଜଙ୍ଗଲକୁ ରକ୍ଷା କରିବା ପାଇଁ ସଚେତନତା ଶୋଭାଯାତ୍ରା - ଜଙ୍ଗଲ ନିଆଁ ନିୟନ୍ତ୍ରଣ

ଜଙ୍ଗଲ ସମ୍ପଦକୁ ରକ୍ଷା କରିବା ପାଇଁ ନବରଙ୍ଗପୁର ଜିଲ୍ଲା କଷାଗୁମୁଡା ସଦରମହକୁମା ସ୍ଥିତ ସାପ୍ତାହିକ ବଜାର ଠାରେ କୋଡ଼ିଙ୍ଗା ବନବିଭାଗ ପକ୍ଷରୁ ସଚେତନତା ଶୋଭାଯାତ୍ରା ହୋଇଛି । ଅଧିକ ପଢନ୍ତୁ...

ଜଙ୍ଗଲକୁ ରକ୍ଷା କରିବା ପାଇଁ ସଚେତନତା ଶୋଭାଯାତ୍ରା
ଜଙ୍ଗଲକୁ ରକ୍ଷା କରିବା ପାଇଁ ସଚେତନତା ଶୋଭାଯାତ୍ରା ଜଙ୍ଗଲକୁ ରକ୍ଷା କରିବା ପାଇଁ ସଚେତନତା ଶୋଭାଯାତ୍ରା
author img

By

Published : Mar 21, 2021, 10:00 AM IST

ନବରଙ୍ଗପୁର: ରାଜ୍ୟରେ ଅନେକ ଅଞ୍ଚଳରେ ନିଆଁ ଲାଗିଛି । ନିଆଁ ଲାଗି ଜଳିଗଲାଣି ଏକର ଏକର ଜଙ୍ଗଲ । ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ନବରଙ୍ଗପୁର ଜିଲ୍ଲା କଷାଗୁମୁଡା ସଦରମହକୁମା ସ୍ଥିତ ସାପ୍ତାହିକ ବଜାର ଠାରେ କୋଡ଼ିଙ୍ଗା ବନ ବିଭାଗ ପକ୍ଷରୁ ସଚେତନତା ଶୋଭାଯାତ୍ରା ଆରମ୍ଭ ହୋଇଛି ।

ଜଙ୍ଗଲକୁ ରକ୍ଷା କରିବା ପାଇଁ ସଚେତନତା ଶୋଭାଯାତ୍ରା

ସମସ୍ତେ ହାତରେ ପ୍ଲାକାର୍ଡ ଧରି ଲୋକଙ୍କୁ ସଚେତନ କରିଛନ୍ତି । ଜଙ୍ଗଲରେ ନିଆଁ ଲଗେଇବା ଏକ ଦଣ୍ଡନୀୟ ଅପରାଧ , ଜଙ୍ଗଲ ଜାତ ଦ୍ରବ୍ୟ ମହୁଲ , ଗଛ ତଳେ ନିଆଁ ନ ଲଗେଇ ପାଣି ଛିଞ୍ଚି ଝାଡ଼ୁ କରିବା ସହ ବନ୍ୟଜନ୍ତୁ ବୁଲୁଥିବା ସମୟରେ ଏକୁଟିଆ ଜଙ୍ଗଲକୁ ନ ଯିବା, ଜଙ୍ଗଲରେ ନିଆଁ ଲାଗିଲେ ତୁରନ୍ତ ବନବିଭାଗକୁ ଖବର ଦେବା ଭଳି ଅନେକ ଜିନିଷ ଉପରେ ଲୋକମାନଙ୍କୁ ସଚେତନତା କରାଯାଇଛି । ଏହି ଶୋଭାଯାତ୍ରାରେ କୋଷଗୁମୁଡ଼ା ପୋଲିସ ମଧ୍ୟ ସାମିଲ ଥିଲେ ।

ଆୟୋଜିତ ଶୋଭାଯାତ୍ରାରେ ମନ୍ତ୍ରୀଗୁଡ଼ା , ମିରିମିଣ୍ଡା , ପଣ୍ଡୁଗୁଡା ଅଞ୍ଚଳର ସମସ୍ତ ଭିଏସଏସ ସଭ୍ୟ , ଉପଖଣ୍ଡ ଅଧିକାରୀ ଡି. ଉମେଶ୍ୱର ନାଇଡୁ , ବନରଖି ବସନ୍ତ ନାୟକ, ଟାଗର ମଣି ସମରଥ , ଉମା ଶଙ୍କର ମିଶ୍ର ଏବଂ ଏଜେୟ୍ବାର ସମସ୍ତ କର୍ମଚାରୀଙ୍କ ସହିତ ଗୌରଭ ପଟ୍ଟନାୟକ, ସୁନନ୍ଦା ପ୍ରଧାନ ଏବଂ ଅନ୍ୟ ବନବିଭାଗ କର୍ମଚାରୀ ସଚେତନତା ଶୋଭାଯାତ୍ରାରେ ବାହାରି କୋଷାଗୁମୁଡ଼ା ସହର ପରିକ୍ରମା କରିଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.