ETV Bharat / state

ଦୁଇ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ଜଣେ ଅଟକ - ଦୁଇ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

ଡାବୁଗାଁ ଥାନା ଅନ୍ତର୍ଗତ କକଡାଗୁଡ଼ା ଗ୍ରାମରେ ଗୋଟିଏ ପରିବାରର ଦୁଇ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ । ଅଭିଯୋଗ ପରେ ଜଣକୁ ଅଟକ ରଖିଲା ପୋଲିସ । ଅଧିକ ପଢନ୍ତୁ....

ଦୁଇ ମହିଳାଙ୍କୁ  ମରଣାନ୍ତକ ଆକ୍ରମଣ , ଜଣେ ଅଟକ
ଦୁଇ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ , ଜଣେ ଅଟକ
author img

By

Published : Nov 6, 2021, 9:44 AM IST

ନବରଙ୍ଗପୁର: ଗୋଟିଏ ପରିବାରର ଦୁଇ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ । ଥାନାରେ ଅଭିଯୋଗ ପରେ ଜଣେ ଅଟକ । ଏଭଳି ଘଟଣା ଘଟିଛି ଜିଲ୍ଲାର ଡାବୁଗାଁ ଥାନା ଅନ୍ତର୍ଗତ କକଡାଗୁଡ଼ା ଗ୍ରାମରେ । ଆକ୍ରମଣର ଶିକାର ହୋଇଥିବା ଦୁଇ ମହିଳା ହେଉଛନ୍ତି ଉକ୍ତ ଗ୍ରାମର ଚଞ୍ଚଳା ଗୌଡ଼ (୩୬) ଓ ମଙ୍ଗା ଗୌଡ଼ (୩୨) । ତେବେ ଗୁରୁତର ଅବସ୍ଥାରେ ମଙ୍ଗା ଗୌଡ଼ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ କକଡାଗୁଡ଼ା ଗ୍ରାମର ଜଗିନ୍ଦ୍ର ଗୌଡ଼ଙ୍କ ସ୍ତ୍ରୀ ମଙ୍ଗା ଗତକାଲି ନିଜ ଜମିରୁ ଫେରୁଥିବା ସମୟରେ ସେହି ଗ୍ରାମର ମଙ୍ଗଲ ସାଏ ଗୌଡ଼ ଏକ ଟାଙ୍ଗିଆରେ ମହିଳା ଜଣଙ୍କୁ ଅତର୍କିତ ଆକ୍ରମଣ କରିଥିଲା । ଏଥିରେ ମହିଳାଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିବା ସହ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ପଡି ଯାଇଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ ମହିଳାଙ୍କ ଦିଅର ପରମା ଗୌଡ଼ ପହଞ୍ଚିଥିଲେ । ଏହି ସମୟରେ ମଙ୍ଗଲ ସାଏର ଭାଇ ଗୁରୁବାରୁ ,ପର୍ଶୁ ଓ ଲାଇବାନ ପରମାଙ୍କୁ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ହାତରେ ଆଘାତ ଲାଗିଥିଲା । ଏପରିକି ପାଟି ତୁଣ୍ଡ ଶୁଣି ସେହି ସ୍ଥାନରେ ପହଞ୍ଚିଥିବା ପରମାର ଭାଇ ଜଗେନ୍ଦ୍ର ଓ ମା ଚିତାଏ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଏହା ପରେ ମହିଳା ଓ ତାଙ୍କ ଦିଅରଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ମଙ୍ଗା ଗୌଡ଼ ଓ ଜଗେନ୍ଦ୍ର ଗୌଡ଼ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ତେବେ ଏହା ପୂର୍ବରୁ ଗତ ୨ତାରିଖ ଦିନ ପରମା ଗୌଡ଼ର ସ୍ତ୍ରୀ ଚଞ୍ଚଳାଙ୍କୁ ମଧ୍ୟ ମଙ୍ଗଲ ସାଏ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଫଳରେ ଚଞ୍ଚଳା ଗୁରୁତର ଅବସ୍ଥାରେ ପ୍ରଥମେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କୋରାପୁଟ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଏନେଇ ଡାବୁଗାଁ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ବେଳେ ଗତକାଲି ପୁଣି ଉକ୍ତ ପରିବାରର ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା ।

ତେବେ କେଉଁ କାରଣରୁ ଗୋଟିଏ ପରିବାର ଦୁଇ ମହିଳାଙ୍କ ଉପରେ ଏପରି ଆକ୍ରମଣ ହୋଇଛି ତାହା ଅସ୍ପଷ୍ଟ ଥିବା ବେଳେ ପୂର୍ବରୁ ମଧ୍ୟ ମଙ୍ଗଲ ସାଏ ଗୌଡ଼ ଗ୍ରାମରେ ଏପରି ଆତଙ୍କ ଖେଳାଇ ଥିବା ଜଣାପଡିଛି । ଡାବୁଗାଁ ପୋଲିସ ଏନେଇ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ମଙ୍ଗଲ ସାଏ ଗୌଡ଼କୁ ଥାନାକୁ ଆଣି ପଚରାଉଚରା କରିଛି । ଏହି ଘଟଣାର ତଦନ୍ତ ପୋଲିସ ଏସ ଆଇ ଅରୁଣ ପଟ୍ଟନାୟକ କରୁଥିବା ଜଣାପଡିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.