ETV Bharat / state

ଏଟିଏମ ଲୁଟ ଉଦ୍ୟମ ବିଫଳ, ତଦନ୍ତ ଜାରି - Atm loot attempt in nabarangpur

ନବରଙ୍ଗପୁରରେ ଏସବିଆଇ ଏଟିଏମ ଲୁଟ ଉଦ୍ୟମରେ ବିଫଳ ହେଲେ ଲୁଟେରା। ଅଧିକ ପଢନ୍ତୁ...

Atm loot
ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Dec 7, 2019, 4:17 PM IST

ନବରଙ୍ଗପୁର: ଏବେ ଲୁଟେରାଙ୍କ ଟାର୍ଗେଟରେ ଏଟିଏମ। ଏହାକୁ ଭାଙ୍ଗି ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ବେଳେ ବେଳେ ଲୁଟପାଟ ଘଟଣାରେ ବିଫଳ ହୋଇଥାନ୍ତି ଲୁଟେରା। ସଦ୍ୟ ଏହାର ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଣ୍ଟା ଗାଁରେ। ଏଠାରେ ଥିବା ଏସବିଆଇ ଏଟିଏମର ଡିସପ୍ଲେ କାଚ ଭାଙ୍ଗି ଯାଇଥିବାବେଳେ କୌଣସି ଟଙ୍କା ଚୋରି ହୋଇନଥିବା ଜଣାପଡିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ସକାଳୁ ଏନେଇ ଖବର ପାଇବା ପରେ ଏସବିଆଇ କର୍ତ୍ତୃପକ୍ଷ ଏଟିଏମ ଭାଙ୍ଗିବା ବାବଦରେ ତେନ୍ତୁଳିଖୁଣ୍ଟି ପୋଲିସକୁ ଜଣାଇଥିଲେ। ଯାଞ୍ଚ ସମୟରେ ଟଙ୍କା ଚୋରି ହୋଇନଥିବା କେବଳ ଏଟିଏମର ଡିସପ୍ଲେ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏଟିଏମ ମଧ୍ୟରେ ଲାଗିଥିବା ସିସିଟିଭି ଯାଞ୍ଚ ସମୟରେ କମଳୁ ସୁନା ନାମକ ଏକ ବ୍ୟକ୍ତି ଏଭଳି ଭଙ୍ଗାରୁଜା କରିଥିବା ଜଣାପଡିଛି।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - ଏସବିଆଇ ଏଟିଏମ ଭଙ୍ଗାରୁଜା
ଫର୍ମାଟ - ଏଭିଓ, ୦୭/୧୨/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
-----------------------------------------------------
ଆଙ୍କର- ଏସବିଆଇ ଏଟିଏମ ଭଙ୍ଗାରୁଜା। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଣ୍ଟାଗାଁ ସ୍ଥିତ ଏସବିଆଇ ଏଟିଏମ ରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତ ଏଟିଏମ କାଚ ଭାଙ୍ଗି ଭିତରେ ପଶି ଏ ଟିଏମ ମେସିନର ଡିସ୍ପଲେ କାଚ ଭାଙ୍ଗି ଦେଇଥିଲେ । ସକାଳୁ ସକାଳୁ ଏ ସମ୍ବନ୍ଧରେ ଖବର ପାଇ ଏସବିଆଇ କତ୍ତୃପକ୍ଷ ଏଟିଏମ ଭଙ୍ଗାରୁଜା ବାବଦରେ ତେନ୍ତୁଳିଖୁଣ୍ଟି ପୋଲିସ କୁ ଜଣାଇଥିଲେ । ତେବେ ଏଟିଏମ ଯାଞ୍ଚ ସମୟରେ ଟଙ୍କା କିଛି ଚୋରି ହୋଇନଥିବା କେବଳ ଏଟିଏମ ର ଡିସପ୍ଲେ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏଟିଏମ ମଧ୍ୟରେ ଲାଗିଥିବା ସିସିଟିଭି ଯାଞ୍ଚ ସମୟରେ କମଳୁ ସୁନା ନାମକ ଏକ ବ୍ୟକ୍ତି ଏଭଳି ଭଙ୍ଗାରୁଜା କରିଥିବା ଜାଣିବାକୁ ପାଇଥିଲେ ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.