ନବରଙ୍ଗପୁର: ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଜିଲ୍ଲା ଆଶାସାଥୀ ସଂଘର 8 ଦଫା ଦାବି ପତ୍ର ପ୍ରଦାନ। ଜିଲ୍ଲାପାଳଙ୍କର ଜରିଆରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ରାଜ୍ୟ ନିର୍ଦ୍ଦେଶିକାଙ୍କୁ ଏହାକୁ ପ୍ରଦାନ କରାଯାଇଛି।
ଏହି ଦାବି ମଧ୍ୟରେ ଆଶାସାଥୀ ମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ, କେନ୍ଦ୍ର ସରକାରଙ୍କର ଘୋଷଣା ଅନୁସାରେ ମାସିକ ୬ ହଜାର ଟଙ୍କା ପ୍ରଦାନ କରାଯିବା। ସେହିପରି ଆଶାସାଥୀଙ୍କୁ କାର୍ଯ୍ୟଦକ୍ଷତା କରିବାକୁ ତାଲିମ ପ୍ରଦାନ,୧୩ ବର୍ଷଧରି କାର୍ଯ୍ୟକରି ଆସୁଥିବା ଆଶାସାଥୀ ମାନଙ୍କୁ ବୀମା ଓ ମୃତ୍ୟୁକାଳୀନସହାୟତା ରାଶି ପ୍ରଦାନ, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଓ ପ୍ରଧାନମନ୍ତ୍ରୀ ସୁରକ୍ଷାବୀମା ଯୋଜନା କାର୍ଯ୍ୟକାରୀ କରିବା।
ଅନ୍ୟପଟେ ଆୟୁଷ୍ମାନ ଭାରତ ବୀମା ଯୋଜନାରେ ଆଶସାଥୀଙ୍କ ପାଇଁ ଲାଗୁ କରିବା, ମହାମାରୀ କରୋନା ସମୟରେ କାର୍ଯ୍ୟ କରୁଥିବା ଅଶାସାଥୀ ମାନଙ୍କୁ ପ୍ରୋତ୍ସାହନ ରାଶି ଓ ସୁରକ୍ଷା ଯୋଗାଇ ଦେବାକୁ ଦାବି କରାଯାଇଛି।
ଆଗାମୀ ଦିନରେ ଜିଲ୍ଲାର ସମସ୍ତ ବିଧାୟକ, ସାଂସଦମାନଙ୍କୁ ଦାବି ପ୍ରଦାନ କରାଯିବା ସହିତ ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ସଂଘ ତରଫରୁ କୁହାଯାଇଛି।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ