ETV Bharat / state

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କଲେ ଆଶାକର୍ମୀ - ଭାରତୀୟ ମଜଦୁର ସଙ୍ଘ

ଭାରତୀୟ ମଜଦୁର ସଙ୍ଘ ଦ୍ବାରା ପରିଚାଳିତ ଓଡିଶା ରାଜ୍ୟ ଆଶାକର୍ମୀ ସଙ୍ଘ ନବରଙ୍ଗପୁର ଜିଲ୍ଲା ତରଫରୁ ଗତକାଲି ଜିଲ୍ଲାର ସମସ୍ତ ବ୍ଲକର ଆଶାକର୍ମୀ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

ଆଶାକର୍ମୀଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

author img

By

Published : Dec 15, 2022, 9:53 AM IST

ଆଶାକର୍ମୀଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ନବରଙ୍ଗପୁର: ଆଶାକର୍ମୀଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଭାରତୀୟ ମଜଦୁର ସଙ୍ଘ ଦ୍ବାରା ପରିଚାଳିତ ଓଡିଶା ରାଜ୍ୟ ଆଶାକର୍ମୀ ସଙ୍ଘ ନବରଙ୍ଗପୁର ଜିଲ୍ଲା ତରଫରୁ ଗତକାଲି ଜିଲ୍ଲାର ସମସ୍ତ ବ୍ଲକର ଆଶାକର୍ମୀ ଏକତ୍ରିତ ହୋଇଥିଲେ । ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଫିସ ଭିତରକୁ ଧସେଇ ପଶିଥିଲେ ଆଶାକର୍ମୀ l

ତେବେ ଦୀର୍ଘଦିନ ଧରି ଶୀତ କାକରରେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ବେଳେ ଗତକାଲି ଜେଲ ଭରୋ ଆନ୍ଦୋଳନ ଡାକରା ଦେଇଥିଲେ ଆଶା କର୍ମୀ l ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ 7 ଦଫା ଦାବିପତ୍ର ପ୍ରଦାନ ପରାଯାଇଥିବା ସତ୍ତ୍ବେ ମଧ୍ୟ ଏଯାବତ ଦାବି ଉପରେ ବିଚାର କରାଯାଇନାହିଁ l

ଏନେଇ ଜିଲ୍ଲାରେ କାର୍ଯ୍ୟରତ ପ୍ରତି ବ୍ଲକର ଆଶା କର୍ମୀ ଏକତ୍ରିତ ହୋଇ ବସଷ୍ଟାଣ୍ଡ ଠାରୁ ଏକ ବିଶାଳ ରାଲିରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଘେରାଉ କରିଥିଲେ l 5 ତାରିଖ ଠାରୁ ପ୍ରତ୍ୟେକ ବ୍ଲକର ଆଶା ଦିଦି ମାନେ ଗୋଟିଏ ଦିନ ଲେଖାଏଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସକାଳ ୧୦ ଘଣ୍ଟା ଠାରୁ ଅପରାହ୍ନ ୪ ଘଣ୍ଟା ଯାଏ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧାରଣା ଦେଇଥିଲେ l

ଅନ୍ୟପଟେ ଆଶା କର୍ମୀଙ୍କ ମୁଖ୍ୟ 7 ଗୋଟି ଦାବି ସରକାର ପୂରଣ ନ କରିବା ଯାଏଁ ଆନ୍ଦୋଳନରୁ ଓହରିବାର ପ୍ରଶ୍ନ ଉଠୁନାହିଁ ବୋଲି ଚେତାବନୀ ଦେଇଛନ୍ତି l ଗୋଟିଏ ପଟେ ଆଶାକର୍ମୀ ଅନ୍ୟପଟେ ଅଙ୍ଗନୱାଡିଙ୍କ ଆନ୍ଦୋଳନ 18 ଦିନରେ ପହଁଚିଛି l ତେବେ କର୍ମୀ ମାନଙ୍କ ଆନ୍ଦୋଳନ କେତେ ମାତ୍ରାରେ ଫଳପ୍ରଦ ହେଉଛି ଏବେ ତାହା ହିଁ ଦେଖିବାକୁ ବାକି ରହିଲା l

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.