ETV Bharat / state

10 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ପାପଡାହାଣ୍ଡି ସ୍ଥିତ ମୃଗବିହାର ନିକଟରେ ଗାଡିକୁ ଛାଡି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ 3 ଜଣ ଚାଲାଣକାରୀ । ସେମାନଙ୍କ ମଧ୍ୟରୁ ଜଣେ ମାତ୍ର ଚାଲାଣକାରୀ ପୋଲିସ ହାତରେ ଧରାପଡିଥିବା ବେଳେ ଅନ୍ୟ 2ଜଣ ଫେରାର ଥିବା ସୂଚନା ଦେଇଛି ପୋଲିସ ।

author img

By

Published : Sep 11, 2020, 12:57 PM IST

ନବରଙ୍ଗପୁରରେ  10ଲକ୍ଷ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ , ଜଣେ ଗିରଫ

ନବରଙ୍ଗପୁର: ଜିଲ୍ଲାରେ ଦିନକୁ ଦିନ ବଢ଼ି ଚାଲିଛି ଗଞ୍ଜେଇ କାରବାର । ପ୍ରତ୍ୟେକ ଦିନ ଗଞ୍ଜେଇ ଚାଲାଣକାରୀଙ୍କୁ ପୋଲିସ ଗିରଫ କରିବା ଘଟଣା ନଜର ଆସୁଥିବା ବେଳେ, ପୁଣି ପାପଡାହାଣ୍ଡି ପୋଲିସକୁ ମିଳିଛି ଏକ ବଡ ସଫଳତା । ଗଞ୍ଜେଇ ଚୋରାଚାଲାଣ ହେଉଥିବା ଏକ ବିଶେଷ ସୂତ୍ରରୁ ଖବର ପାଇ ନବରଙ୍ଗପୁର ଏସପି ନିତିନ କୁଶଲକରଙ୍କ ନିର୍ଦ୍ଦେଶ କ୍ରମେ ପାପଡାହାଣ୍ଡି ପୋଲିସର ଏକ ସ୍ବତନ୍ତ୍ର ଟିମ ନଜର ରଖିଥିଲା ଚାଲାଣକାରୀଙ୍କ ଉପରେ ।

ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା କୋଷଗୁମୁଡାରୁ ଗୁଜୁରାଟର ଆଲ୍ଲାହାବାଦ ଅଭିମୁଖେ ଯାଉଥିବା ଏକ ମାରୁତି ଆର୍ଟିକା ଗାଡିକୁ ପିଛା କରି ଗାଡିକୁ ଅଟକାଇବାରେ ସଫଳ ହୋଇଥିଲା ପୋଲିସ । ପାପଡାହାଣ୍ଡି ସ୍ଥିତ ମୃଗବିହାର ନିକଟରେ ଗାଡିକୁ ଛାଡି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ 3 ଜଣ ଚାଲାଣକାରୀ । ସେମାନଙ୍କ ମଧ୍ୟରୁ ଜଣେ ମାତ୍ର ଚାଲାଣକାରୀ ପୋଲିସ ହାତରେ ଧରାପଡିଥିବା ବେଳେ ଅନ୍ୟ 2ଜଣ ଫେରାର ଥିବା ସୂଚନା ଦେଇଛି ପୋଲିସ । 116 କିଲୋ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 10 ଲକ୍ଷ ଟଙ୍କାରୁ ଉର୍ଦ୍ଧ ହୋବ ବୋଲି ଜଣାପଡିଛି । ତେବେ ଗିରଫ ଜଣକଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.