ETV Bharat / state

ନବରଙ୍ଗପୁରରୁ ପୁଣି 186 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ନବରଙ୍ଗପୁରରେ କୋରୋନା ସଂକ୍ରମଣରେ ଲାଗୁନି ରୋକ୍ । କିଛି ଦିନର ବିରତି ପରେ ପୁଣି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅଧିକ ପଢନ୍ତୁ...

ନବରଙ୍ଗପୁର ଜିଲ୍ଲାରୁ ପୁଣି 186 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Jun 11, 2021, 5:02 PM IST

ନବରଙ୍ଗପୁର: ଜୁନ ମାସ ଆରମ୍ଭରୁ ଜିଲ୍ଲାରେ କୋରୋନା ଗ୍ରାଫ କେବେ ତଳମୁହାଁ ତ କେବେ ଉପରମୁହାଁ ହେବାରେ ଲାଗିଛି । କିନ୍ତୁ 100 ତଳକୁ ଖସୁନି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଗୁରୁବାର ଜିଲ୍ଲାରେ 146 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର 186 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ପୁଣି 186 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ
ନବରଙ୍ଗପୁର ଜିଲ୍ଲାରୁ ପୁଣି 186 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଆଜିର (ଶୁକ୍ରବାର) ଚିହ୍ନଟ 186 ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଝରିଗାଁ ବ୍ଲକରୁ 31 ଏବଂ ଉମରକୋଟ ପୌରାଞ୍ଚଳରୁ 24 ଜଣ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଉମରକୋଟ ବ୍ଲକରୁ 21, କୋଷାଗୁମୁଡା ଓ ପାପଡାହାଣ୍ଡି ବ୍ଲକରୁ 19 ଜଣ ଲେଖାଏଁ, ତେନ୍ତୁଳିଖୁଣ୍ଟି ବ୍ଲକରୁ 17, ନନ୍ଦାହାଣ୍ଡି ବ୍ଲକରୁ 15, ନବରଙ୍ଗପୁର ପୌରାଞ୍ଚଳ ଓ ରାଇଘର ବ୍ଲକରୁ 12 ଲେଖାଏଁ, ଚନ୍ଦାହାଣ୍ଡି ବ୍ଲକରୁ 11 ଏବଂ ନବରଙ୍ଗପୁର ବ୍ଲକରୁ 5 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l

ଶୁକ୍ରବାର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା 21,881ରେ ପହଞ୍ଚିଛି l ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 20,112 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ପେରିଛନ୍ତି l ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 1,607 ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସେଥିମଧ୍ୟରୁ 1,499 ନିଜ ଘରେ ଏକାନ୍ତବାସରେ ରହି ଚିକିତ୍ସା ଜାରି ରଖିଛନ୍ତି l ଆଜକୁ ଜିଲ୍ଲାରେ ମୋଟ 2 ଲକ୍ଷ 99 ହଜାର 855 ଜଣଙ୍କର ନମୁନା ସଂଗ୍ରହ କରାଯାଇ କୋଭିଡ ପରୀକ୍ଷା କରାଯାଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.