ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି । ସେ କୋରାପୁଟ ଜିଲ୍ଲା ପାଡୁଆ ଥାନା ଅନ୍ତର୍ଗତ ସଭାପୁଟ ଗ୍ରାମର ପୁରସତୀ ଖଡା। ଗତ ୨୦୧୯ ମସିହା ସେପ୍ଟେମ୍ବର ମାସ ୨୩ ତାରିଖ ଦିନ ଗଞ୍ଜେଇ ଚାଲାଣ ମାମଲାରେ ଅଭିଯୁକ୍ତ ଭାବେ ନବରଙ୍ଗପୁର ଉପ କାରାଗାରରେ ବିଚାରାଧୀନ କଏଦୀ ଭାବେ ବନ୍ଦୀ ଥିଲେ ।
ସେ ଯକୃତ ଜନିତ ରୋଗରେ ପୀଡିତ ହେବାରୁ ତାଙ୍କୁ ଗତ 4 ତାରିଖରେ ଜେଲ କର୍ତ୍ତୃପକ୍ଷ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଶନିବାର ରାତିରେ ତାଙ୍କ ଅବସ୍ଥା ଗୁରୁତର ହେବା ପରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତଦେହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ଵୋଲି ସୂଚନା ମିଳିଛି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ