ETV Bharat / state

ଆମ୍ବୁଲାନ୍ସ-ମୋଟର ସାଇକେଲ ମୁହାଁମୁହିଁ ଧକ୍କା, ମହିଳା ମୃତ

ନବରଙ୍ଗପୁରରେ ଆମ୍ବୁଲାନ୍ସ ଓ ମୋଟର ସାଇକଲ ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଣେ ମହିଳା ମୃତ । ଆମ୍ବୁଲାନ୍ସ କର୍ମଚାରୀ ଆମ୍ବୁଲାନ୍ସକୁ ନେଇ ନବରଙ୍ଗପୁର ଥାନାରେ ଆତ୍ମସମର୍ପଣ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Nov 22, 2019, 7:13 PM IST

ନବରଙ୍ଗପୁର: ମୋଟର ସାଇକଲରେ ଆସୁଥିବା ଦମ୍ପତିକୁ ଆମ୍ବୁଲାନ୍ସ ଧକ୍କା ଦେଇଛି । ଦୁର୍ଘଟଣାରେ ସ୍ତ୍ରୀ ଇନ୍ଦୁମତି ସରାବୁଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ସୁସ୍ଥ ଅଛନ୍ତି l କୋଶାଗୁମୁଡା ବ୍ଲକ ଅନ୍ତର୍ଗତ ପୂଜାରୀଗୁଡା ଛକ ନିକଟରେ ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଶୁକ୍ରବାର ସକାଳେ କୋଶାଗୁମୁଡା ବ୍ଲକ ଳିମ୍ବଭଟା ଗ୍ରାମର ପ୍ରେମଚନ୍ଦ୍ର ସରାବୁ ଓ ତାଙ୍କ ସ୍ତ୍ରୀ ଇନ୍ଦୁମତୀ ସରାବୁ ନିଜ ମୋଟର ସାଇକଲରେ କୌଣସି କାମ ପାଇଁ ନବରଙ୍ଗପୁରକୁ ଆସୁଥିଲେ l ଅନ୍ୟପଟେ ଏକ ପ୍ରସୂତିକୁ ନେଇ ଗୋଟିଏ ଆମ୍ବୁଲାନ୍ସ ଆସଙ୍ଗା ମେଡିକାଲକୁ ଯାଉଥିବା ବେଳେ ପୂଜାରୀଗୁଡା ଛକ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା l ଫଳରେ ଘଟଣାସ୍ଥଳରେ ସ୍ତ୍ରୀ ଗୁରୁତର ହୋଇଥିଲେ l ଏହାପରେ ଆମ୍ବୁଲାନ୍ସ କର୍ମଚାରୀମାନେ ଗୁରୁତର ମହିଳାଙ୍କୁ ସେହି ଆମ୍ବୁଲାନ୍ସରେ ମେଡିକାଲକୁ ନେଇଥିଲେ କିନ୍ତୁ ସେଠାରେ ଉପଯୁକ୍ତ ଚିକିତ୍ସା ହୋଇନପାରିବାରୁ ଆମ୍ବୁଲାନ୍ସ କର୍ମଚାରୀମାନେ ତାଙ୍କୁ ନବରଙ୍ଗପୁର ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ଇନ୍ଦୁମତିଙ୍କୁ ମୃତ ଘୋଷଣା କରିଥିଲେ । ଆମ୍ବୁଲାନ୍ସ କର୍ମଚାରୀ ଆମ୍ବୁଲାନ୍ସକୁ ନେଇ ନବରଙ୍ଗପୁର ଥାନାରେ ଆତ୍ମସମର୍ପଣ କରିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ରିପୋର୍ଟ -ତପନ କୁମାର ବିଷୟି, ନବରଙ୍ଗପୁର
ଆଙ୍କର - ମେଡିକାଲ ଆମ୍ବୁଲାନ୍ସ ଧକ୍କା ଦେଲା, ମୋଟର ସାଇକଲ ରେ ଆସୁଥିବା ଦମ୍ପତି କୁ l ଫଳରେ ସ୍ତ୍ରୀ ଇନ୍ଦୁମତି ସରାବୁ ଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ସୁସ୍ଥ ଅଛନ୍ତି l ଘଟଣା ଘଟିଛି କୋଶାଗୁମୁଡା ବ୍ଲକ ଅନ୍ତର୍ଗତ ପୂଜାରୀଗୁଡା ଛକ ନିକଟରେ l
ଆଜି ସକାଳେ କୋଶାଗୁମୁଡା ବ୍ଲକ ର ଳିମ୍ବଭଟା ଗ୍ରାମର ପ୍ରେମ ଚନ୍ଦ୍ର ସରାବୁ ସ୍ତ୍ରୀ ଇନ୍ଦୁମତୀ ସରାବୁ ନିଜ ମଟର ସାଇକଲ ରେ କୌଣସି କାମ ପାଇଁ ନବରଙ୍ଗପୁର କୁ ଆସୁଥିଲେ l ଅନ୍ୟପଟେ ଏକ ପ୍ରସୂତି କୁ ନେଇଁ ଆମ୍ବୁଲାନ୍ସ ଆସଙ୍ଗା ମେଡିକାଲ କୁ ଯାଉଥିବା ବେଳେ ପୂଜାରୀଗୁଡା ଛକ ନିକଟରେ ସାମ୍ନା ସାମନି ଧକ୍କା ହୋଇଥିଲା l ଫଳରେ ଘଟଣାସ୍ଥଳ ରେ ସ୍ତ୍ରୀ ଗୁରୁତର ହୋଇଥିଲେ l ଏହାପରେ ଆମ୍ବୁଲାନ୍ସ କର୍ମଚାରୀ ମାନେ ଗୁରୁତ୍ବର ମହିଳା ଙ୍କୁ ସେହି ଆମ୍ବୁଲାନ୍ସ ରେ ମେଡିକାଲ କୁ ନେଇଥିଲେ କିନ୍ତୁ ସେଠାରେ ଉପଯୁକ୍ତ ଚିକିତ୍ସା ହୋଇନପାରିବାରୁ ଆମ୍ବୁଲାନ୍ସ କର୍ମଚାରୀ ମାନେ ତାଙ୍କୁ ନବରଙ୍ଗପୁର ମେଡିକାଲ କୁ ଆଣିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବର୍ତ୍ତମାନ ଆମ୍ବୁଲାନ୍ସ କର୍ମଚାରୀ ଆମ୍ବୁଲାନ୍ସ କୁ ନେଇ ନବରଙ୍ଗପୁର ଥାନାରେ ଆତ୍ମସମର୍ପଣ କରିଛି ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.