ETV Bharat / state

କଙ୍ଗାରୁ କୋର୍ଟରେ ନାବାଳିକାଙ୍କୁ ଜୋତାମାଳ ପିନ୍ଧାଇଲେ ଲୋକେ, ୪ ଅଟକ - ନବରଙ୍ଗପୁରରେ କଙ୍ଗାରୁ କୋର୍ଟ

କଙ୍ଗାରୁ କୋର୍ଟରେ ଜୁଲୁମ । ନାବାଳିକାଙ୍କୁ ଜୋତାମାଳ ପିନ୍ଧାଇବା ସହ ଅକଥନୀୟ ନିର୍ଯାତନା ଦେଲେ ଗ୍ରାମବାସୀ । ଅଧିକ ପଢନ୍ତୁ

ନବରଙ୍ଗପୁରରେ କଙ୍ଗାରୁ କୋର୍ଟ
ନବରଙ୍ଗପୁରରେ କଙ୍ଗାରୁ କୋର୍ଟ
author img

By

Published : Feb 18, 2023, 9:37 PM IST

ନବରଙ୍ଗପୁର: ରିଲ୍ସ ପାଇଁ ଶୁକ୍ରବାର ସ୍କୁଲପିଲା ଛାତରୁ ଡେଇଁବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଆଜି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ନବରଙ୍ଗପୁରରେ ବସିଲା କଙ୍ଗାରୁ କୋର୍ଟ । ଖୁଣ୍ଟରେ ବାନ୍ଧି ଅକଥନୀୟ ନିର୍ଯ୍ୟାତନା ଦେବା ସହ ନାବାଳିକାଙ୍କୁ ଜୋତାମାଳ ପିନ୍ଧାଇଲେ ଲୋକେ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲା ପୋଲିସ । ନବରଙ୍ଗପୁର ଜିଲ୍ଲାଥାନା ଅନ୍ତର୍ଗତ କୁନ୍ଦେଇ କାଉଡଲା ପଞ୍ଚାୟତରୁ ସାମ୍ନାକୁ ଆସିଛି ଏଭଳି ସମ୍ବେଦନଶୀଳ ଘଟଣା ।

ଅଭିଯୋଗ ଅନୁସାରେ, କୁନ୍ଦେଇ କାଉଡଲା ପଞ୍ଚାୟତର ଜଣେ ନାବାଳିକାକୁ ଚୋରି କରିବା ଅଭିଯୋଗରେ ଗ୍ରାମବାସୀ ଗୋଡାଇ ଗୋଡାଇ ଧରିଥିଲେ । ଏହାପରେ ଏକ ଖୁଣ୍ଟରେ ବାନ୍ଧି ଅକଥନୀୟ ନିର୍ଯ୍ୟାତନା ଦେଇଥିଲେ । ଟଙ୍କା ଚୋରି କରିନଥିବା ନେଇ ନାବାଳିକା ଜଣଙ୍କ କହିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣିନଥିଲେ । ହାତ ଗୋଡକୁ ବାନ୍ଧି ମାଡ ମାରିବା ସହ ବେକରେ ଚପଳ ମାଳ ପିନ୍ଧାଇଥିଲେ । ଅନ୍ୟପଟୋ କିଛି ଯୁବକ ସେହି ସମୟର ଭିଡିଓ ଉତ୍ତୋଳନ କରିବା ସହ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଏହି ଘଟଣାକୁ ନେଇ ଅପରାହ୍ନରେ ପୀଡିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ମନ୍ତ୍ରୀ ଏବଂ ସଚିବଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ତାଗିଦ୍, ପଞ୍ଚାୟତିରାଜ ଫଣ୍ଡରେ ହାତ ନମାରିବାକୁ ପରାମର୍ଶ

ନାବାଳିକାଙ୍କ ବାପା କୁନ୍ଦେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ଭାଇରାଲ ଭିଡିଓକୁ ଆଧାର କରି ପୋଲିସ ୪ଜଣଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି । ଅଟକ ଥିବା ଯୁବକମାନେ ହେଲେ ଭାଗୀ ଗଣ୍ଡ, ଜନକ ଗଣ୍ଡ, ଜଲ ଗଣ୍ଡଓ ଅଗନୁ ଗଣ୍ଡ । ଏନେଇ କୁଦେଇ ଥାନାରେ କେଶ୍ ନଂ-୨୦/୨୩ ଅନୁଯାୟୀ ଏକ ମାମଲାରୁଜୁ କରାଯାଇଥିବା ବେଳେ ତଦନ୍ତ ପରେ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ସଂଖ୍ୟା ବଢ଼ିପାରେ ପୋଲିସ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: କିମିଆ କଲା ରିଲ୍ସ ନିଶା: ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଥିବା ବେଳେ ଗଳି ପଡିଲେ ସ୍କୁଲ ଛାତ୍ର

ପ୍ରକାଶଥାଉକି, ଗତକାଲି(ଶନିବାର) ସ୍କୁଲ ଛାତ୍ରଙ୍କର ରିଲ୍ସ ଭିଡିଓ ଭାଇରାଲ ହୋଇଥିଲା । ରିଲ୍ସ ନିଶାରେ ଗୋଟିଏ ଛାତରୁ ଅନ୍ୟ ଏକ ଛାତକୁ ଡେଉଁଥିବା ବେଳେ ଗଳିପଡିଥିଲେ ଯୁବକ । କିନ୍ତୁ ସୌଭାଗ୍ୟବଶତଃ ଜୀବନ ବଞ୍ଚିଯାଇଛି । ନବରଙ୍ଗପୁର ଜିଲ୍ଲା ରାଇଘର ମୁଖ୍ୟ ଦପ୍ତର ଠାରେ ଏପରି ଘଟଣା ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.