ନବରଙ୍ଗପୁର: କ୍ବାରେନଣ୍ଟାଇନ ସେଣ୍ଟରର ଗୁରୁତ୍ବକୁ ବୁଝିପାରିଲେ ନାହିଁ ଦୁର୍ବୁତ୍ତ । କ୍ବାରେନଣ୍ଟାଇନ ସେଣ୍ଟରରୁ ଚୋରି ହୋଇଗଲା ଇନଭର୍ଟର ବ୍ୟାଟେରୀ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଣ୍ଟାଗାଁ ଗ୍ରାମସ୍ଥିତ କୋରୋନା ଆକ୍ରାନ୍ତଙ୍କ ପାଇଁ ଉଦ୍ଦିଷ୍ଟ କ୍ବାରେନଣ୍ଟାଇନ ସେଣ୍ଟରରେ ଥିବା ଇନଭର୍ଟର ବ୍ୟାଟେରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି ।



ଗ୍ରାମର ସ୍କୁଲରେ ଥିବା ଏହି କ୍ବାରେନଣ୍ଟାଇନ ସେଣ୍ଟରରେ ଝରକା କବାଟ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଥିଲା । ପରେ ଯାଞ୍ଚ ସମୟରେ କ୍ବାରେନଣ୍ଟାଇନ ସେଣ୍ଟରରୁ ଇନଭର୍ଟର ବ୍ୟାଟେରୀ ଚୋରି ହୋଇଯାଇଥିବା ଦେଖିବାକୁ ମିଳିଥିଲା । କେହି ଦୁର୍ବୁତ୍ତ ସୋମବାର ରାତିରେ ଚୋରି କରିଥିବା ସନ୍ଦେହ କରାଯାଉଛି । ଏନେଇ ଗ୍ରାମର ସରପଞ୍ଚ, ପିଇଓ ମିଶି ପାତ୍ରପୁଟ ଫାଣ୍ଡିରେ ଏତଲା ଦାୟର କରିଛନ୍ତି । ଘଟଣା ତଦନ୍ତ ଆରମ୍ଭ କରିଛି ପୋଲିସ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ