ETV Bharat / state

ଅମାନିଆ ବିଜେଡି ନେତା, ଆଚରଣ ବିଧି ଉଲ୍ଲଘଂନ କରୁଥିବା ଅଭିଯୋଗ

ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ ହେବ ସାଧାରଣ ନିର୍ବାଚନ। ଗଣତନ୍ତ୍ରର ଏହି ମହାନ ପର୍ବ ନିମନ୍ତେ ବିଗୁଲ ବାଜିଥିବାବେଳେ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଆରମ୍ଭ ହୋଇଯାଇଛି ରାଜନୈତିକ ଦଳଙ୍କ ପ୍ରସ୍ତୁତି।

author img

By

Published : Mar 11, 2019, 10:18 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ ହେବ ସାଧାରଣ ନିର୍ବାଚନ। ଗଣତନ୍ତ୍ରର ଏହି ମହାନ ପର୍ବ ନିମନ୍ତେ ବିଗୁଲ ବାଜିଥିବାବେଳେ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଆରମ୍ଭ ହୋଇଯାଇଛି ରାଜନୈତିକ ଦଳଙ୍କ ପ୍ରସ୍ତୁତି। ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ହେବ ନବରଙ୍ଗପୁର ଠାରେ ନିର୍ବାଚନ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ନବରଙ୍ଗପୁର

ଜିଲ୍ଲା କଂଗ୍ରେସ ପ୍ରେସମିଟ ଜରିଆରେ ବିଜେଡି ନେତାଙ୍କୁ ଟାର୍ଗେଟ କରି ନିର୍ବାଚନ ମୈଦାନକୁ ଓହ୍ଲାଇଛି। ଅର୍ଥ ଓ ବାହୁବଳ ତଥା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଗତ ନିର୍ବାଚନମାନଙ୍କରେ ମତଦାତାଙ୍କୁ ଆକୃଷ୍ଟ କରୁଥିବା ସମାନ ଫର୍ମୁଲା ଚଳିତ ନିର୍ବାଚନରେ ବିଜେଡି ଆପଣାଉଥିବା ଅଭିଯୋଗ କରିଛି କଂଗ୍ରେସ ।

ଆଉ ଏହି ସବୁ କାରନାମାର ମୁଖ୍ୟ କାର୍ପଟଦାର ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀ ସାଜିଥିବା କଂଗ୍ରେସ ଅଭିଯୋଗ କରିଛି। ମନୋହର ରନ୍ଧାରୀ ଡାବୁଗାଁ ବିଧାନସଭା ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଥିବାବେଳେ ସେ ନବରଙ୍ଗପୁର ସହରର ପାଠଣସାହିସ୍ଥିତ ଏକ କପଡା ଦୋକାନୀଙ୍କ ଠାରୁ ଶାଢ଼ୀ କ୍ରୟ କରି ଡାବୁଗାଁ ଅଞ୍ଚଳର ବିଭିନ୍ନ ଗ୍ରାମମାନଙ୍କରେ ଗଚ୍ଛିତ ରଖିଛନ୍ତି।

ଆଉ ଏହି ଶାଢ଼ୀ ଗୁଡିକୁ କେନ୍ଦ୍ର ସରକାରଙ୍କ ଗ୍ୟାସ ବିତରଣ ଭଡା ଗାଡି ଯେଉଁଥିରେ ଦୀକ୍ଷା ଗ୍ୟାସ ବିତରଣ ଗାଡି ଲେଖାଯାଇଛି, ସେହି ମିନି ପିକଅପ ଗାଡିମାନଙ୍କରେ ଶାଢ଼ୀ ଗଚ୍ଛିତ କରି ରଖାଯାଇଛି। ଆଉ ଏହି ଗାଡି ଗୁଡିକର ପଛପଟ ନମ୍ବର ପ୍ଲେଟ ପରିବର୍ତ୍ତନ କରିଥିବାବେଳେ ମନୋହର ରନ୍ଧାରୀଙ୍କୁ ଯୋଗାଇ ଦିଆଯାଇଥିବା ସୁରକ୍ଷାକର୍ମୀ ଏହି ଗାଡି ଦାୟିତ୍ୱରେ ଅଛନ୍ତି।

ଖୋଦ ବିଧାୟକ ମନୋହର ରନ୍ଧାରୀ ଏହି ଶାଢ଼ୀ ଗୁଡିକୁ ବାଣ୍ଟୁଥିବା କଂଗ୍ରେସ ଅଭିଯୋଗ କରିଛି । ଏହାର ପ୍ରମାଣ ସ୍ୱରୂପ କିଛି ଫଟୋ ଦେଖାଇଛି। କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଥିବା ଏଜେନ୍ସିର କିଭଳି ଅପବ୍ୟବହାର କରାଯାଉଛି ସେନେଇ ପ୍ରେସମିଟ ଜରିଆରେ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରି ଜିଲ୍ଲାରେ ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ନେଇ ସନ୍ଦେହ ପ୍ରକାଶ କରିଛି ଜିଲ୍ଲା କଂଗ୍ରେସ।

ଏଥିସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥାଇ ସରକାରୀ ଯୋଜନା ଗୁଡିକ ଦର୍ଶାଉଥିବା ହୋର୍ଡିଂ ଓ ପୋଷ୍ଟର ଗୁଡିକୁ ହଟାଇବା ପାଇଁ ଦାବି କରିଛି ଜିଲ୍ଲା କଂଗ୍ରେସ।

ନିର୍ବାଚନ ଆଚରଣ ବିଧିର ଦୁଇ ଦିନ ପୂର୍ବରୁ କିପରି ଆଇଟିଡିଏ ସଂସ୍ଥାର ଉନ୍ନୟନ ମୂଳକ କାମ ବାବଦକୁ ଥିବା ଦୁଇ କୋଟି ଟଙ୍କାକୁ ବିଜେଡି କର୍ମୀଙ୍କ ମଧ୍ୟରେ ବାଣ୍ଟି ତାହାର କାର୍ଯ୍ୟ ଆରମ୍ଭ କରାଯାଇଛି, ତାହା ଦର୍ଶାଇ ସେହି କାମ ଗୁଡିକୁ ଶୀଘ୍ର ବନ୍ଦ କରିବା ସହ ନିର୍ବାଚନ ପରେ କରିବା ପାଇଁ ଜିଲ୍ଲା କଂଗ୍ରେସ ଦର୍ଶାଇଛି।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.