ETV Bharat / state

ନବରଙ୍ଗରପୁରରେ ପୁଣି 7 କୋରୋନା ଚିହ୍ନଟ - covid-19

ନବରଙ୍ଗପୁରରେ କୋରୋନା ସଂକ୍ରମିତ ସଂଖ୍ୟା ବଢିବାରେ ଲାଗିଛି । ଆଜି ପୁଣି 7 ନୂଆ ପଜେଟିଭ ଚିହ୍ନଟ ହୋଇଥିବାବେଳେ ସମସ୍ତେ କ୍ବାରେନଣ୍ଟାଇନ ଅବଧି ଶେଷ କରିଥିବା ଜଣାପଡିଛି । ଅଧିକ ପଢନ୍ତୁ...

ନବରଙ୍ଗରପୁରରେ ପୁଣି 7 କୋରୋନା ଚିହ୍ନଟ
ନବରଙ୍ଗରପୁରରେ ପୁଣି 7 କୋରୋନା ଚିହ୍ନଟ
author img

By

Published : Jun 29, 2020, 1:01 PM IST

ନବରଙ୍ଗପୁର: ଆଜି ପୁଣି ରାଜ୍ୟରେ 245 ନୂଆ ଆକ୍ରାନ୍ତ ଚିହ୍ନଟ । ସେଥିରୁ 7 ଜଣ ନବରଙ୍ଗପୁର ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । 6 ଜଣ ରାଇଘର ଓ ଜଣେ ଝରି ଗାଁ ବ୍ଲକର ବୋଲି ଜଣାପଡିଛି । ସମସ୍ତ ଆକ୍ରାନ୍ତ ଉମରକୋଟ ବ୍ଲକର ଏକ ଭଣ୍ଡାରୀଗୁଡାସ୍ଥିତ କ୍ବାରେନଣ୍ଟାଇନ ସେଣ୍ଟରରେ ରହିଥିଲେ । ପୂର୍ବରୁ ଏହି କ୍ବାରେନଣ୍ଟାଇନରୁ ଜଣେ ସଂକ୍ରମିତ ଚିହ୍ନଟ ପରେ ଏହି ସମସ୍ତଙ୍କ ସ୍ବାବ ପରୀକ୍ଷା କରାଯାଇଥିଲା ।

ନବରଙ୍ଗରପୁରରେ ପୁଣି 7 କୋରୋନା ଚିହ୍ନଟ

ଆଜି ଚିହ୍ନଟ ହୋଇଥିବା ସମସ୍ତଙ୍କ ସଂକ୍ରମିତଙ୍କ କ୍ବାରେନଣ୍ଟାଇନ ଅବଧି ଶେଷ ସରିଯାଇଛି । ଆକ୍ରାନ୍ତଙ୍କୁ ଏସୀମଟୋମେଟିକ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ସମସ୍ତଙ୍କୁ ନବରଙ୍ଗପୁରସ୍ଥିତ କୋଭିଡ-ହସ୍ପିଟାଲକୁ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ଆଜି ନୂଆ ଆକ୍ରାନ୍ତଙ୍କ ଚିହ୍ନଟ ପରେ ଜିଲ୍ଲାରେ ମୋଟ 42 ସଂକ୍ରମିତଙ୍କ ସଂଖ୍ୟା 42ରେ ପହଞ୍ଚିଛି । ସେଥିରୁ 8 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ପୁଣି 3 ଜଣ ସୁସ୍ଥ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.