ETV Bharat / state

ନବରଙ୍ଗପୁରରେ ବଢୁଛି କୋରୋନା ସଂକ୍ରମଣ, ତିନିଦିନିଆ ସଟଡାଉନ - corona positive

ଗତ 24 ଘଣ୍ଟାରେ ନବରଙ୍ଗପୁରରେ 11 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସୂଚନା ପାଇବା ପରେ ଏନେଇ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି । ଜିଲ୍ଲାରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ନବରଙ୍ଗପୁର ଜିଲ୍ଲାକୁ ଶନିବାର ସକାଳ 5ଟାରୁ ସୋମବାର ମଧ୍ୟରାତ୍ର ପର୍ଯ୍ୟନ୍ତ ତିନି ଦିନିଆ ସଟଡାଉନ ଘୋଷଣା କରିଛନ୍ତି ।

ନବରଙ୍ଗପୁରରେ ବଢୁଛି କୋରୋନା ସଂକ୍ରମଣ, ଘୋଷଣା ହେଲା ତିନିଦିନିଆ ସଟଡାଉନ

author img

By

Published : Aug 7, 2020, 2:52 PM IST

ନବରଙ୍ଗପୁର: ଜିଲ୍ଲାରେ ବଢିବାରେ ଲାଗିଛି କୋରୋନା ସଂକ୍ରମଣ ସ୍ଥିତି । ଏନେଇ ଗତ 24 ଘଣ୍ଟାରେ ଜିଲ୍ଲାରେ 11 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସୂଚନା ପାଇବା ପରେ ଏନେଇ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ନବରଙ୍ଗପୁରସ୍ଥିତ କୋଭିଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଶୁକ୍ରବାର ଚିହ୍ନଟ ହୋଇଥିବା ଏହି 11 ଜଣ କୋରୋନା ପଜିଟିଭ ମଧ୍ୟରୁ ନବରଙ୍ଗପୁର ମ୍ୟୁନିସିପାଲିଟିରୁ ସର୍ବାଧିକ 7 ଜଣ, କୋଷାଗୁମୁଡ଼ା ବ୍ଲକରୁ ଜଣେ ଓ ତେନ୍ତୁଳିଖୁଣ୍ଟି ବ୍ଲକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

ନବରଙ୍ଗପୁରରେ ବଢୁଛି କୋରୋନା ସଂକ୍ରମଣ, ଘୋଷଣା ହେଲା ତିନିଦିନିଆ ସଟଡାଉନ

ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 356 ଜଣ କୋରୋନାରେ ସଂକ୍ରମିତ ହୋଇଥିବା ବେଳେ ସେଥିମଧ୍ୟରୁ 270 ଜଣ ସୁସ୍ଥ ହୋଇଛନ୍ତି l ବାକି 85 ଜଣ କୋରୋନା ପଜିଟିଭ ସକ୍ରିୟ ଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହାସହ ନବରଙ୍ଗପୁର ଜିଲ୍ଲାରୁ କୋରୋନା ସଂକ୍ରମଣରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ନବରଙ୍ଗପୁର ଜିଲ୍ଲାକୁ ଶନିବାର ସକାଳ 5ଟାରୁ ସୋମବାର ମଧ୍ୟରାତ୍ର ପର୍ଯ୍ୟନ୍ତ ତିନି ଦିନିଆ ସଟଡାଉନ ଘୋଷଣା କରିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.