ETV Bharat / state

ରାଇଘରରେ ମାଓ ପୋଷ୍ଟର, ସରକାରୀ କର୍ମଚାରୀଙ୍କ ଦାବି ପୂରଣ ପାଇଁ ଦାବି - mao poster in nabarangpur

ନବରଙ୍ଗପୁରରେ ପୁଣି ଦେଖିବାକୁ ମିଳିଛି ମାଓ ପୋଷ୍ଟର । ରାଇଘର ଥାନା ଜୋଡିଙ୍ଗାରେ ଆଜି ମାଓବାଦୀମାନେ ସରକାରୀ କର୍ମଚାରୀଙ୍କ ଦାବିକୁ ନେଇ ପୋଷ୍ଟର ମାରିଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ...

ରାଇଘରରେ ମାଓ ପୋଷ୍ଟର, ସରକାରୀ କର୍ମଚାରୀଙ୍କ ଦାବି ପୂରଣ ପାଇଁ ଦାବି

author img

By

Published : Nov 12, 2021, 6:48 PM IST

ନବରଙ୍ଗପୁର: ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ମାଓ ପୋଷ୍ଟର । ରାଇଘର ଥାନା ଜୋଡିଙ୍ଗାରେ ଆଜି ମାଓବାଦୀମାନେ ସରକାରୀ କର୍ମଚାରୀଙ୍କ ଦାବିକୁ ନେଇ ପୋଷ୍ଟର ମାରିଥିବା ଦେଖିବାକୁ ମିଳିଛି । ରାଇଘର-କୁନ୍ଦେଇ ରାଜ୍ୟ ରାଜପଥ କଡ଼ରେ ଲାଗିଥିବା ଏହି ପୋଷ୍ଟରରେ କାର୍ଯ୍ୟରତ ଆଶାକର୍ମୀ, ଅଙ୍ଗନଓ୍ବାଡି କର୍ମୀ, ଶିକ୍ଷକ ଏବଂ ନର୍ସ ଭଳି କିଛି ସରକାରୀ କର୍ମଚାରୀଙ୍କ ବିଭିନ୍ନ ଦାବି ପୂରଣ କରିବାକ କୁହାଯାଇଛି । ସରକାରଙ୍କ ନିକଟରେ ବାରମ୍ବାର ଦାବି ଉପସ୍ଥାପନ କରାଯାଉଥିବା ସତ୍ତ୍ବେ ରାଜ୍ୟ ସରକାର କର୍ଣ୍ଣପାତ କରୁନଥିବା ମାଓ ପୋଷ୍ଟରରେ ଉଲ୍ଲେଖ ରହିଛି ।

ରାଇଘରରେ ମାଓ ପୋଷ୍ଟର, ସରକାରୀ କର୍ମଚାରୀଙ୍କ ଦାବି ପୂରଣ ପାଇଁ ଦାବି

ଉଦନ୍ତି ଏରିଆ କମିଟି ମାଓ ସଙ୍ଗଠନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି । ସରକାରୀ କର୍ମଚାରୀଙ୍କ ବିଭିନ୍ନ ଦାବି ଗୁଡିକ ସପକ୍ଷରେ ସହଯୋଗର ହାତ ବଢ଼ାଇଛନ୍ତି ମାଓ ସଙ୍ଗଠନ । ବିଭିନ୍ନ ସରକାରୀ କର୍ମଚାରୀଙ୍କ ଯାହା ଯାହା ଦାବି ରହିଛି ସେଗୁଡ଼ିକୁ ତୁରନ୍ତ ପୁରଣ କରାଯିବାକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି ମାଓ ସଙ୍ଗଠନ ।

ରାଇଘର-କୁନ୍ଦେଇ ରାଜ୍ୟ ରାଜପଥକଡ଼ରେ ମାଓ ପୋଷ୍ଟର ଲାଗିଥିବା ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚିଛି । ପୋଲିସ ପୋଷ୍ଟର ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ନବରଙ୍ଗପୁର ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.