ନବରଙ୍ଗପୁର: ଯାତ୍ରୀବାହୀ ବସରେ ଚାଲାଣ ହେଉଛି ଗଞ୍ଜେଇ । ସାଧାରଣ ଯାତ୍ରୀଙ୍କ ଭଳି ବ୍ୟାଗ୍ ମଧ୍ୟରେ ଗଞ୍ଜେଇ ଭର୍ତ୍ତି କରି ଚାଲାଣ କରୁଛନ୍ତି ଚାଲାଣକାରୀ । ଯେଉଁଥିରେ ମହିଳାମାନେ ମଧ୍ୟ ସାମିଲ ହୋଇଛନ୍ତି । ବ୍ରହ୍ମପୁରରୁ ନବରଙ୍ଗପୁର ଆସୁଥିବା ଆରବି କୋଚ୍ ନାମକ ଏକ ଘରୋଇ ବସରୁ ଏହି ଗଞ୍ଜେଇ ଜବତ କରିଛି ନବରଙ୍ଗପୁର ଟାଉନ ଥାନା ପୋଲିସ । ଘଟଣାରେ 3 ମହିଳାଙ୍କ ସହ ବସ ଡ୍ରାଇଭର ଓ ହେଲପରଙ୍କୁ ଅଟକ ରଖି ତଦନ୍ତ କରାଯାଉଛି ।
ଓଜନ ପରେ ଗଞ୍ଜେଇର ସଠିକ୍ ମୂଲ୍ୟ ଜଣାପଡିବ ବୋଲି କୁହାଯାଇଛି । ଏହାସହ ଅଭିଯୁକ୍ତଙ୍କୁ ପଚରାଉଚରା ପରେ ଘଟଣାର ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ଏବଂ ଏହି ରାକେଟରେ ସମ୍ପୃକ୍ତ ଅନ୍ୟମାନଙ୍କ ଉପରୁ ପରଦା ଉଠିପାରିବ ବୋଲି ସୂଚନା ଦେଇଛନ୍ତି ଟାଉନ ଥାନା ଅଧିକାରୀ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ