ETV Bharat / state

ପ୍ରଣବ ଦାସ ଓ ସଞ୍ଜୟ ଦାସବର୍ମାଙ୍କ ବିରୋଧରେ ନବରଙ୍ଗପୁରରେ ମାମଲା ରୁଜୁ - ନବରଙ୍ଗପୁର ରାଜନୀତି ଖବର

ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବିରୋଧରେ ନବରଙ୍ଗପୁର ଜିଲ୍ଲା ଥାନାରେ ମାମଲା ରୁଜୁ କରାଯାଇଛି । ବିଜେପି ନେତା ଗୌରୀ ମାଝୀ ପୋଲିସ ନିକଟରେ ଏହି ଅଭିଯୋଗ କରିଛନ୍ତି । ଅଧିକ ପଢ଼ନ୍ତୁ

ବବି ଦାସ ଓ ସଞ୍ଜୟ ଦାସବର୍ମାଙ୍କ ବିରୋଧରେ ନବରଙ୍ଗପୁରରେ ମାମଲା ରୁଜୁ

author img

By

Published : May 23, 2022, 10:33 PM IST

ନବରଙ୍ଗପୁର: ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବିରୋଧରେ ନବରଙ୍ଗପୁର ଜିଲ୍ଲା ଥାନାରେ ମାମଲା ରୁଜୁ କରାଯାଇଛି । ବିଜେପି ନେତା ଗୌରୀ ମାଝୀ ପୋଲିସ ନିକଟରେ ଏହି ଅଭିଯୋଗ କରିଛନ୍ତି । ପ୍ରତିବାଦ କରୁଥିବା ଆନ୍ଦୋଳନକାରୀ ଓ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଏହି ମାମଲା ରୁଜୁ କରାଯାଇଛି ।

ବବି ଦାସ ଓ ସଞ୍ଜୟ ଦାସବର୍ମାଙ୍କ ବିରୋଧରେ ନବରଙ୍ଗପୁରରେ ମାମଲା ରୁଜୁ

୨୦୨୧ ଫେବ୍ରୁଆରୀ ୨ ତାରିଖ ଦିନ ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ପରିସରରେ କୃଷକ ସୂଚନା କେନ୍ଦ୍ର ଉଦଘାଟନ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିଲେ ପ୍ରଣବ ପ୍ରକାଶ ଦାଶ ଓ ସଞ୍ଜୟ ଦାସବର୍ମା । ଏହି ଦୁଇ ହେଭିୱେଟ ନେତା ବିଜେଡି କର୍ମୀଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରା କରି ଆସିଥିଲେ l ଏହି ସମୟରେ କୃଷକଙ୍କ ବିଭିନ୍ନ ଦାବି ଓ ସମସ୍ୟାକୁ ନେଇ ବିଜେପି ଓ କଂଗ୍ରେସଙ୍କ ସହ କିଛି ଚାଷୀ ପ୍ରତିବାଦ କରୁଥିଲେ । ତେବେ ସେମାନଙ୍କ ସମସ୍ୟା ଶୁଣିବା ପରିବର୍ତ୍ତେ ଉପସ୍ଥିତ ଚାଷୀ ଓ ନେତାଙ୍କୁ ଗୋଇଠା ମାରିବା ସହ ମହିଳାଙ୍କୁ ଠେଲାପେଲା କରିଥିବା ଅଭିଯୋଗ ହୋଇଥିଲା ।

ଏହାକୁ ନେଇ ବିଜେପି ନେତା ଗୌରୀ ମାଝୀ ପୋଲିସ ପାଖରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଏତଲା ଗ୍ରହଣ କରି ନଥିଲା l ଶେଷରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଗୌରୀ ମାଝୀ l ଉକ୍ତ ଘଟଣାକୁ କେନ୍ଦ୍ର କରି ଦୌରା ଜର୍ଜ ୫ ଜଣ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ସେମାନଙ୍କ ନାମରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ନବରଙ୍ଗପୁର ପୋଲିସ ଦୁଇ ହେବିୱେଟଙ୍କ ବିରୋଧରେ ମାମଲା ରୁଜୁ କରିଛି l ଦୁହିଁଙ୍କ ନାମରେ ଧାରା 143, 147,323, 354 ଓ SC ST ଆକ୍ଟରେ ନବରଙ୍ଗପୁର ଥାନାରେ ମାମଲା ରୁଜୁ କରାଯାଇଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.