ETV Bharat / state

ବାଡିରେ ବରଣମାଳା ପିନ୍ଧାପିନ୍ଧି ହେଲେ ବରକନ୍ୟା, ଭିଡିଓ ଭାଇରାଲ

ନବରଙ୍ଗପୁର ଜିଲ୍ଲା ଉପନିବନ୍ଧକ ଓ ସ୍ବତନ୍ତ୍ର ବିବାହ ଅଧିକାରୀଙ୍କ କାର୍ଯ୍ୟଳୟରେ କିଭଳି ଜଣେ ବରକନ୍ୟା ବିବାହ ସମୟରେ ସାମାଜିକ ଦୂରତାକୁ ପ୍ରାଧାନ୍ୟ ନେଇ ବରଣମାଳା ପିନ୍ଧାଇଛନ୍ତି ତାହା ଦେଖିବାକୁ ମିଳିଛି l

nabarangpur
ସାମାଜିକ ଦୂରତା ରଖି ପିନ୍ଧିଲେ ବରଣମାଳା
author img

By

Published : May 6, 2020, 4:39 PM IST

Updated : May 7, 2020, 3:55 PM IST

ନବରଙ୍ଗପୁର: କୋରୋନାକୁ ରୋକିବାକୁ ସମଗ୍ର ଦେଶରେ ତୃତୀୟ ପର୍ଯ୍ୟାୟ ଲକଡାଉନ ଘୋଷଣା କରାଯାଇଛି l ମହାମାରୀ କୋରୋନା ପାଇଁ ଆଜି ପର୍ଯ୍ୟନ୍ତ କୌଣସି ପ୍ରତିଷେଧକ ବାହାରି ନଥିବାରୁ ସାମାଜିକ ଦୂରତା ହିଁ ଏକ ମାତ୍ର ବିକଳ୍ପ ଭାବେ କୁହାଯାଇଛି l ଏହି ସାମାଜିକ ଦୂରତା ପାଳନ କରି ବର କନ୍ୟା ବାଡ଼ି ସାହାଯ୍ୟରେ ପରସ୍ପରକୁ ପିନ୍ଧାଇଛନ୍ତି ବରଣମାଳା l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉପନିବନ୍ଧକ ଓ ସ୍ବତନ୍ତ୍ର ବିବାହ ଅଧିକାରୀଙ୍କ କାର୍ଯ୍ୟାଳୟରେ l

ବାଡିରେ ବରଣମାଳା ପିନ୍ଧାପିନ୍ଧି

କୋଟପାଡ଼ ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମର ହରିପ୍ରସାଦ ଗୁପ୍ତାଙ୍କ ପୁଅ ଗୋବିନ୍ଦ ଗୁପ୍ତା (23) ଙ୍କ ସହିତ କୋଟପାଡ଼ ଅନ୍ତର୍ଗତ ଟିକଟା ସାହିର ସନ୍ତୋଷ ସାହୁଙ୍କ କନ୍ୟା ତୃପ୍ତିମୟୀ ସାହୁ(20)ଙ୍କ ସହ ରେଜିଷ୍ଟ୍ରି ମ୍ୟାରେଜ ହୋଇଥିଲା । ବିବାହ ସମୟରେ ବର ପକ୍ଷରୁ ମା ଅଳକା ଗୁପ୍ତା ଓ କନ୍ୟା ପିତା ସନ୍ତୋଷ ସାହୁ ସେଠାରେ ଉପସ୍ଥିତି ଥିଲେ l ଆଇନଜୀବୀ ହରି ନାରାୟଣ ବେହେରା, ଜିଲ୍ଲା ଉପନିବନ୍ଧକ ଓ ସ୍ବତନ୍ତ୍ର ବିବାହ ଅଧିକାରୀ ବାବୁଲାଲ ସାମଲଙ୍କ ଉପସ୍ଥିତିରେ ବରକନ୍ୟା ପରସ୍ପରକୁ ବାଡ଼ି ଦ୍ବାରା ବରଣମାଳା ପିନ୍ଧାଇ ବିବାହ କରିଥିଲେ ।

nabarangpur
ସାମାଜିକ ଦୂରତା ରଖି କନ୍ୟା ପିନ୍ଧାଉଛନ୍ତି ବରଣମାଳା

ବର୍ତ୍ତମାନ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଉଭୟ ବର କନ୍ୟାଙ୍କ ପରିବାର ଯେଉଁ ଉପାୟରେ ବାହାଘର କରିଛନ୍ତି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି ଏବଂ ବିବାହ ବେଳର ଫଟୋ ଭାଇରାଲ ହେବାରେ ଲାଗଛି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : May 7, 2020, 3:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.