ନବରଙ୍ଗପୁର: ଚାନ୍ଦହାଣ୍ଡି ବ୍ଲକ ଦଣ୍ଡାମୁଣ୍ଡା ଗ୍ରାମରୁ ଏକ ବିରାଟ ଅଜଗର ସାପ ଉଦ୍ଧାର ହୋଇଛି ।
ଗାଁରେ ଥିବା ଜଗନ୍ନାଥ ମନ୍ଦିର ନକଟରେ ବିରାଟ ଅଜଗର ଯାଉଥିବାର ଦେଖିଥିଲେ ଗାଁ ଲୋକ । ଗାଁର ଯୁବକମାନେ ସାହାସର ସହ ସାପଟିକୁ ଉଦ୍ଧାର କରିଥିଲେ । ସାପଟି ପ୍ରାୟ 10ଫୁଟ ହେବ ବୋଲି ଅନୁମାନ କରାଯାଉଛି ।
ସାପଟିକୁ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଥିଲେ ଗାଁ ଲୋକ । ଏହା ପରେ ବନବିଭାଗ ଅଧିରକାରୀ ଦଣ୍ଡାମୁଣ୍ଡା ଗାଁକୁ ଆସି ଅଜଗରକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡିଥିଲେ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟି, ଇଟିଭି ଭାରତ