ETV Bharat / state

ଘରେ ପସିଗଲା ଭାଲୁ, 5 ଘଣ୍ଟାର କସରତ ପରେ ଉଦ୍ଧାର

author img

By

Published : Jun 12, 2021, 3:13 PM IST

ନବରଙ୍ଗପୁର ରଣୀଚଛରା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ପଶିଲା ଭାଲୁ । 5 ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କଲା ବନବିଭାଗ । ଅଧିକ ପଢନ୍ତୁ...

ଘରେ ପସିଥିଲା ଭାଲୁ, 5 ଘଣ୍ଟାର କସରତ ପରେ ଉଦ୍ଧାର କଲା wild life

ନବରଙ୍ଗପୁର: ଝରିଗାଁ ବ୍ଲକ ରଣୀଚଛରା ଗାଁରେ ଜଣେ ବ୍ୟକ୍ତିଙ୍କ ଘରେ ପଶିଗଲା ଭାଲୁ । ଦୀର୍ଘ 5 ଘଣ୍ଟା କାଳ ପରିଶ୍ରମ ପରେ ବନବିଭାଗ ଘରେ ପଶିଥିବା ଭାଲୁକୁ ଉଦ୍ଧାର କରିଛନ୍ତି ।

ସୂଚନାଯୋଗ୍ୟ, ରଣୀଚଛରା ଗ୍ରାମର ଜଗି ସାନ୍ତାଙ୍କ ଘରେ ଭାଲୁଟି ପଶିଥିଲା । ସେହି ସମୟରେ ଘର ଭିତରେ 4 ଜଣ ରହିଥିଲେ । ସୌଭାଗ୍ୟବଶତଃ ଭାଲୁଟି କାଠ ରହିଥିବା ଏକ କୋଠରୀରେ ପଶିଥିଲା ।

ତେଣୁ ପରିବାର ଲୋକେ ଅଳ୍ପକେ ରକ୍ଷା ପାଇଥିଲେ । ଏହାପରେ ଭାଲୁ ଥିବା ଘରକୁ ବନ୍ଦ କରି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଝରିଗାଁ ବନ ବିଭାଗର କର୍ମଚାରୀ ପହଞ୍ଚିଥିଲେ । ପରେ ନବରଙ୍ଗପୁର ଡିଏଫଓଙ୍କ ନିର୍ଦ୍ଦେଶରେ 7 ଜଣିଆ ସ୍ୱତନ୍ତ୍ର ଟିମ ଆସି ଭାଲୁକୁ ଦୀର୍ଘ ୫ ଘଣ୍ଟା ପରିଶ୍ରମ ପରେ ଉଦ୍ଧାର କରିଥିଲେ । ତେବେ ଉଦ୍ଧାର ଭାଲୁକୁ ଚିକିତ୍ସା କରି ଜଙ୍ଗଲକୁ ଛଡାଯିବ ବୋଲି କହିଛନ୍ତି ବନବିଭାଗ କର୍ମଚାରୀ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.