ETV Bharat / state

ନବରଙ୍ଗପୁର ଜିଲ୍ଲାରୁ 78 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Jun 14, 2021, 6:51 PM IST

ସୋମବାର ନବରଙ୍ଗପୁର ଜିଲ୍ଲାରେ 78 ଜଣ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାବାସୀଙ୍କୁ ଆଶ୍ବସନା ମିଳିଛି । ଅଧିକ ପଢନ୍ତୁ...

ନବରଙ୍ଗପୁର ଜିଲ୍ଲାରୁ 78 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ
ନବରଙ୍ଗପୁର ଜିଲ୍ଲାରୁ 78 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ନବରଙ୍ଗପୁର: ଦୀର୍ଘ ଦିନ ବ୍ୟବଧାନରେ ନବରଙ୍ଗପୁର ଜିଲ୍ଲାରେ ସୋମବାର ତିନି ଅଙ୍କ ତଳକୁ ଖସି ଦୁଇ ଅଙ୍କ ଛୁଇଁଲା କରୋନା ସଂକ୍ରମିତଙ୍କ ସଂଖ୍ୟା l ସୋମବାର ଜିଲ୍ଲାରେ 78 ଜଣ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାବାସୀଙ୍କୁ ଆଶ୍ବସନା ମିଳିଛି ।

ସୋମବାର ଚିହ୍ନଟ 78 ସଂକ୍ରମିତଙ୍କ ମଧ୍ୟରୁ ନନ୍ଦାହାଣ୍ଡି ବ୍ଲକରୁ 14 ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଉମରକୋଟ ଓ ଝରିଗାଁ ବ୍ଲକରୁ 12 ଜଣ , ଚନ୍ଦାହାଣ୍ଡି ବ୍ଲକରୁ 9 ଜଣ, ନବରଙ୍ଗପୁର ଓ ଉମରକୋଟ ପୌରାଞ୍ଚଳରୁ 8 ଜଣ ଲେଖାଏଁ , ନବରଙ୍ଗପୁର ଓ ରାଇଘର ବ୍ଲକରୁ 4 ଜଣ ଲେଖାଏଁ, ପାପଡାହାଣ୍ଡି ଓ ତେନ୍ତୁଳୀଖୁଣ୍ଟି ବ୍ଲକରୁ 3 ଜଣ ଲେଖାଏଁ ଏବଂ କୋଷାଗୁମୁଡା ବ୍ଲକରୁ ଜଣେ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l

ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 22,163ରେ ପହଞ୍ଚିଛି l ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 20,673 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି l ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 1,328 ଜଣ ସକ୍ରିୟ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ 3 ଲକ୍ଷ 3 ହଜାର 481 ଜଣଙ୍କର ନମୂନା ସଂଗ୍ରହ କରାଯାଇ କୋଭିଡ ପରୀକ୍ଷା କରାଯାଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.