ନବରଙ୍ଗପୁର: ନବରଙ୍ଗପୁରରେ ମଙ୍ଗଳବାର ୭ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସୂଚନା ମିଳିଛି । ଆକ୍ରାନ୍ତମାନେ ଉମରକୋଟ ବ୍ଲକର ହୋଇଥିବା ଜଣାପଡିଛି । ଚିହ୍ନଟ ସମସ୍ତ ଆକ୍ରାନ୍ତ ନବରଙ୍ଗପୁର ସ୍ଥିତ କୋଭିଡ ମେଡିକାଲକୁ ପଠାଯାଇଛି ।
ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୨ରେ ପହଁଚିଛି । ସେଥିମଧ୍ୟରୁ ୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ ବର୍ତ୍ତମାନ ସକ୍ରିୟ ମାମଲା ୫୪ ରହିଥିବା ଜିଲ୍ଲାପାଳ କହିଛନ୍ତି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ