ETV Bharat / state

ଲକଡାଉନ ପାଇଁ ଜୀବିକା ହରାଇଲେ 60 ବାରିକ ପରିବାର, ସରକାରୀ ସହାୟତା ପାଇଁ ଦାବି - ବାରିକ ସଭାପତି ଗଣେଶ ବାରିକ

କୋରୋନା ପାଇଁ ହୋଇଥିବା ଲକଡାଉନ କାରଣରୁ ବିଶେଷ ପ୍ରଭାବିତ ହେଉଛନ୍ତି କ୍ଷୁଦ୍ର ବ୍ୟବସାୟୀ । ଆଉ ଏହି କାରଣରୁ ଜୀବିକା ହରାଇଛନ୍ତି ନବରଙ୍ଗପୁର ସହରର ପ୍ରାୟ 60ଗୋଟି ବାରିକ ପରିବାର । ସରକାରୀ ସହାୟତା ପାଇଁ ବାରିକ ସଂଘ ପକ୍ଷରୁ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

60 barber families lost their work for lockdown
ଲକଡାଉନ ପାଇଁ ଜୀବିକା ହରାଇଲେ 60 ବାରିକ ପରିବାର, ସରକାରୀ ସହାୟତା ପାଇଁ ଦାବି
author img

By

Published : May 1, 2020, 7:03 PM IST

ନବରଙ୍ଗପୁର: କୋରୋନା ପାଇଁ ଦେଶବ୍ୟାପୀ ହୋଇଥିବା ଲକଡାଉନ କାରଣରୁ ଦୋକାନ ବଜାର ସବୁ ବନ୍ଦ । ଆଉ ଏହି ଲକଡାଉନ କାରଣରୁ ବିଶେଷ ପ୍ରଭାବିତ ହେଉଛନ୍ତି କ୍ଷୁଦ୍ର ବ୍ୟବସାୟୀ । ଫଳରେ ନିଜ ଗୁଜୁରାଣ ମେଣ୍ଟାଇବା ସେମାନଙ୍କ ପକ୍ଷେ ସମ୍ଭବ ହୋଇ ପାରୁ ନାହିଁ । ମାସେରୁ ଉର୍ଦ୍ଧ୍ବ ସମୟଧରି ଚାଲିଥିବା ଲକଡାଉନ କାରଣରୁ ଜୀବିକା ହରାଇଛନ୍ତି ନବରଙ୍ଗପୁର ସହରର ପ୍ରାୟ 60ଗୋଟି ବାରିକ ପରିବାର ।

ଲକଡାଉନ ପାଇଁ ଜୀବିକା ହରାଇଲେ 60 ବାରିକ ପରିବାର, ସରକାରୀ ସହାୟତା ପାଇଁ ଦାବି

ଏମାନେ ନବରଙ୍ଗପୁର ସହରର ବିଭିନ୍ନ ସ୍ଥାନରେ ସେଲୁନ ଖୋଲି ରୋଜଗାର କରି ପରିବାର ଚଳାଉଥିଲେ l କିନ୍ତୁ ମହାମାରୀ କୋରୋନା କଟକଣା ଯୋଗୁ ମାସେ ହେବ ସେଲୁନ ବନ୍ଦ ରହିଛି, ଯଦ୍ବାରା ପରିବାର ପ୍ରତିପୋଷଣ ସେମାନଙ୍କ ପକ୍ଷେ ଶୋଚନୀୟ ହୋଇପଡିଛି । ତେବେ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଶୁକ୍ରବାର ବାରିକ ସଭାପତି ଗଣେଶ ବାରିକ ସଂଘ ପକ୍ଷରୁ ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.