ETV Bharat / state

6 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ; 2 ଅଭିଯୁକ୍ତ ଗିରଫ

ଶୁକ୍ରବାର ନବରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ଏକ ଗଞ୍ଜେଇ ବୋଝେଇ ଟ୍ରାକ୍ଟର ଜବତ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଅଧିକ ଖବର ପଢନ୍ତୁ...

author img

By

Published : Dec 6, 2019, 3:17 PM IST

ganza seized
ଫଟୋ ସୌଜନ୍ୟ:ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ଗଞ୍ଜେଇ ବୋଝେଇ ଟ୍ରାକ୍ଟର ଜବତ କଲା ନବରଙ୍ଗପୁର ଅବକାରୀ ବିଭାଗ । ଶୁକ୍ରବାର ଜିଲ୍ଲାର ଅବକାରୀ ବିଭାଗ ପକ୍ଷରୁ ଏକ ଗଞ୍ଜେଇ ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି । ଏଥିସହ ସେଥିରୁ 1 କ୍ବିଣ୍ଟାଲ 20 କିଲୋଗ୍ରାମର ଗଞ୍ଜେଇ ଜବତ କରାଯାଇଛି ।

ସୂଚନା ଅନୁଯାୟୀ, ବେଆଇନ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଶୁକ୍ରବାର ଅବକାରୀ ବିଭାଗ ଖବର ପାଇଥିଲା । ଯାହାଫଳରେ ମାଲକାନଗିରିରୁ କଳାହାଣ୍ଡି ଜିଲ୍ଲାକୁ ଯାଉଥିବା ଏକ ଟ୍ରାକ୍ଟରକୁ ନବରଙ୍ଗପୁର ଇନ୍ଦ୍ରାବତୀ ବ୍ରିଜ ନିକଟରେ ଅବକାରୀ ବିଭାଗ ଅଟକାଇଥିଲା ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ନବରଙ୍ଗପୁର

ଏହାପରେ ଟ୍ରାକ୍ଟଟର ଯାଞ୍ଚ ପରେ ଜଣାପଡିଥିଲା ଯେ ଟ୍ରାକ୍ଟର ଟ୍ରଲି ତଳେ ଏକ ସିକ୍ରେଟ ଚାମ୍ବରରେ ୨୪ ପ୍ୟାକେଟ ଗଞ୍ଜେଇ ଥିଲା । ଯେଉଁଥିରେ ୧ କ୍ୱିଣ୍ଟାଲ ୨୦ କିଲୋ ଗଞ୍ଜେଇ ରହିଥିଲା । ତେବେ ଏହି ଘଟଣାରେ ଟ୍ରାକ୍ଟର ଡ୍ରାଇଭର ସହ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ତେବେ ଅବକାରୀ ବିଭାଗର ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରୁ କଳାହାଣ୍ଡିର ଆମପାଣିକୁ ଏହି ଟ୍ରାକ୍ଟର ଯାଉଥିଲା । ଆମପାଣିର ଏକ ବ୍ୟକ୍ତି ଏହି ଗଞ୍ଜେଇକୁ ତାଙ୍କ ଗାଡ଼ିରେ ଯୋଜନା ଥିଲା । ତେବେ ଆମପାଣିର କେଉଁ ବ୍ୟକ୍ତି ଏହି ଗଞ୍ଜେଇ ନେବାର ଥିଲା ସେ ବିଷୟରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ସ୍ପଷ୍ଟ ସୂଚନା ଦେଇପାରୁନଥିବା ଅବକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି । ତେବେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଅବକାରୀ ଅଧିକ୍ଷକ କହିଛନ୍ତି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ- ଗଞ୍ଜେଇ ଜବତ
ଫର୍ମାଟ-ଏଭିଓ,୦୭/୧୨/୧୯
ରିପୋର୍ଟ- ତପନ ବିଷୋୟୀ, ନବରଙ୍ଗପୁର
----------------------
ଆଙ୍କର- ନବରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ଗଂଜେଇ ବୋଝେଇ ଟ୍ରାକ୍ଟର ଜବତ।ମାଲକାନଗିରି ଜିଲ୍ଲା ରୁ କଳାହାଣ୍ଡି ଜିଲ୍ଲାକୁ ଏକ ଟ୍ରାକ୍ଟର ରେ ଅଭିନବ ଉପାୟରେ ୧ କୁଇଣ୍ଟାଲ ୨୦ କିଲୋ ଗଂଜେଇ ଚାଲାଣ କରାଯାଉଥିବା ସମୟରେ ନବରଙ୍ଗପୁର ଅବକାରୀ ବିଭାଗ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ନବରଙ୍ଗପୁର ଇନ୍ଦ୍ରାବତୀ ବ୍ରିଜ ନିକଟରେ ଉକ୍ତ ଗଂଜେଇ ଚାଲାଣ ଟ୍ରାକ୍ଟର କୁ ଧରିଥିଲେ।ଏହାପରେ ଟ୍ରାକ୍ଟଟର ତଲାସୀ କରିବା ପରେ ଜଣା ପଡିଥିଲା ଯେ ଟ୍ରାକ୍ଟର ଟ୍ରଲି ତଳେ ଏକ ସିକ୍ରେଟ ଚାମ୍ବରରେ ୨୪ ପକେଟ ଗଂଜେଇ ଥିଲା, ପ୍ରତି ପ୍ୟାକେଟ ରେ ପାଞ୍ଚ କିଲୋ ଓଜନ ର ଗଞ୍ଜେଇ ରହିଥିଲା । ଯାହା ୧ କୁଇଣ୍ଟାଲ ୨୦ କିଲୋ ଗଂଜେଇ ରହିଥିଲା । ମାମଲାରେ ଟ୍ରାକ୍ଟର ଡ୍ରାଇଭର ସହ ଅନ୍ୟ ଜଣେ ବ୍ୟକ୍ତି ଙ୍କୁ ଗିରଫ କରିଛି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରୁ କଳାହାଣ୍ଡି ଆମପାଣି କୁ ଟ୍ରାକ୍ଟର ରେ ଯାଉଥିଲା। ଆମପାଣି ର ଏକ ବ୍ୟକ୍ତି ଏହି ଗଞ୍ଜେଇ କୁ ତା ଗାଡ଼ିରେ ନେବାର କାର୍ଯ୍ୟକ୍ରମ ଥିଲା । ତେବେ ଆମପାଣିର କେଉଁ ବ୍ୟକ୍ତି ଏହି ଗଞ୍ଜେଇ ନେବାର ଥିଲା ସେ ବିଷୟରେ ଏହି ଗିରଫ ବ୍ୟକ୍ତି ମାନେ ସ୍ପଷ୍ଟ ସୂଚନା ଦେଇପାରୁନଥିବା ଅବକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି । ଅପରପକ୍ଷରେ ଏହି ଗାଡ଼ି ମାଲିକ ମାଲକାନଗିରି ଜିଲ୍ଲା ବଡ଼ପଡା ର ଚୈତନ ହରିଜନ ପୂର୍ବରୁ ଗାଡ଼ିରେ ଗଞ୍ଜେଇ ବୋଝେଇ କରି ସେମାନଙ୍କୁ ନବରଙ୍ଗପୁର ଇନ୍ଦ୍ରାବତୀ ନଦୀ ନିକଟକୁ ନେବାପାଇଁ କହିଥିବା ପ୍ରକାଶ କରିଛନ୍ତି । ଜବତ ଗଂଜେଇର ଆନୁମାନିକ ବଜାର ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ଅଧିକ୍ଷକ କହିଛନ୍ତି।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.