ETV Bharat / state

କୁଣ୍ଡା ଭର୍ତ୍ତି ମିନିଟ୍ରକ୍‌ରୁ 5 କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ, 2 ଗିରଫ - papadahandi police

ପାପଡାହାଣ୍ଡି ବସଷ୍ଟାଣ୍ଡ ଛକ ନିକଟରେ ଏକ ମିନିଟ୍ରକକୁ ପିଛା କରି ଗାଡି ସହ 5 କ୍ବିଣ୍ଟାଲରୁ ଅଧିକା ଗଞ୍ଜେଇ ଜବତ କରିବା ସହ 2ଜଣକୁ ଗିରଫ କରିଛି ପାପଡାହାଣ୍ଡି ପୋଲିସ ।

କୁଣ୍ଡା ଭର୍ତ୍ତି ମିନିଟ୍ରକ୍‌ରୁ 5 କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ, 2 ଗିରଫ

author img

By

Published : Jul 25, 2020, 12:06 PM IST

Updated : Jul 25, 2020, 12:17 PM IST

ନବରଙ୍ଗପୁର: ପାପଡାହାଣ୍ଡି ବସ ଷ୍ଟାଣ୍ଡ ଛକ ନିକଟରେ ଏକ ମିନିଟ୍ରକକୁ ପିଛା କରି ଗାଡି ସହ 5 କ୍ବିଣ୍ଟାଲରୁ ଅଧିକା ଗଞ୍ଜେଇ ଜବତ କରିବାସହ 2ଜଣକୁ ଗିରଫ କରିଛି । ନବରଙ୍ଗପୁର ଜିଲ୍ଲାରେ ବ୍ୟାପକ ମାତ୍ରାରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବାବେଳେ ନବରଙ୍ଗପୁର ଏସପି ନିତିନ କୁସଲକାରଙ୍କ ନିର୍ଦ୍ଦେଶରେ ଗଞ୍ଜେଇ ଚୋରା ଚାଲାଣକୁ ରୋକିବା ପାଇଁ ଉଦ୍ୟମ ଜାରି କରାଯାଇଥିଲା ।

କୁଣ୍ଡା ଭର୍ତ୍ତି ମିନିଟ୍ରକ୍‌ରୁ 5 କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ, 2 ଗିରଫ

ଜିଲ୍ଲାର ବିଭିନ୍ନ ଅଞ୍ଚଳମାନଙ୍କରେ ଗଞ୍ଜେଇ ଜବତ କରିଥିବାବେଳେ ବିଗତ 2ମାସ ମଧ୍ୟରେ ପାପଡାହାଣ୍ଡି ଥାନା ଅଧିକାରୀ ପ୍ରତ୍ୟୁଷ ମହାପାତ୍ରଙ୍କ ନେତୃତ୍ବରେ 4ଗୋଟି ଗାଡ଼ିରୁ ପାଖାପାଖି 22 କ୍ବିଣ୍ଟାଲ ପାପଡାହାଣ୍ଡି ଥାନା ଅଞ୍ଚଳରେ ଧରିବାରେ ସକ୍ଷମ ହୋଇଥିଲେ । ଶୁକ୍ରବାର କୌଣସି ସୂତ୍ରରୁ ଖବର ପାଇ ପାପଡାହାଣ୍ଡି ପୋଲିସ ବୋରିଗୁମ୍ମାରୁ କୋଷଗୁମୁଡା ଯାଉଥିବା ଏକ ମିନିଟ୍ରକ ନଂ OD10K 3510କୁ ପିଛା କରିଥିଲେ । ପୋଲିସ ପିଛା କରିବା ଦେଖି ଚାଳକ ଗାଡିକୁ ଦ୍ରୁତ ଗତିରେ ଚଳାଉଥିବାରୁ ପାପଡାହାଣ୍ଡି ପୁରୁଣା ଥାନା ସମ୍ମୁଖର ବୁଲାଣିରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା | ପୋଲିସ ପହଞ୍ଚି ଗାଡିଚାଳକ ଏବଂ ଅନ୍ୟ ଜଣକୁ କାବୁ କରି ନେଇଥିଲା । ଉକ୍ତ ମିନି ଟ୍ରକରେ କୁଣ୍ଡା ଭର୍ତ୍ତି ହୋଇ ତା' ଭିତରେ ଗଞ୍ଜେଇ ଚାଲାଣ କରାଯାଉଥିଲା ।

ସମସ୍ତ ଗଞ୍ଜେଇର ଓଜନ ପ୍ରାୟ 5କ୍ବିଣ୍ଟାଲ 39କେଜି 835 ଗ୍ରାମ ହେବ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Jul 25, 2020, 12:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.