ETV Bharat / state

ବିଷାକ୍ତ ଛତୁ ଖାଇ ପରିବାରର 4 ଅସୁସ୍ଥ - nabrangpur

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର 4 ଅସୁସ୍ଥ । ନବରଙ୍ଗପୁରର ଝରିଗାଁରେ ଘଟିଛି ଏହି ଘଟଣା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Jun 27, 2019, 10:07 PM IST

ନବରଙ୍ଗପୁର: ବିଷାକ୍ତ ଛତୁ ଖାଇ ପରିବାରର ଚାରି ଅସୁସ୍ଥ । ଜିଲ୍ଲା ଝରିଗାଁ ବ୍ଲକ ତେଲନଦୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚାଉଁରିବେଡ ନିକଟସ୍ଥ ଗୁଦଗୁଦା ଗ୍ରାମରେ ବିଷାକ୍ତ ଛତୁ ଖାଇ ବାପା, ମା, ଝିଅ ଓ ବୁଢୀ ମା’ ଅସୁସ୍ଥ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଖବର ମୁତାବକ ଘରପାଖ ଏକ ଗୋବର ଖତରେ ଫୁଟିଥିଲା ବିଷାକ୍ତ ଛତୁ । ଛୋଟ ଛୋଟ ପିଲାମାନେ ସେହି ଛତୁକୁ ତୋଳି ଆଣି ଖେଳୁଥିବା ଦେଖି ହରି ଗୌଡ଼ ନାମକ ବ୍ୟକ୍ତି ଉକ୍ତ ଛତୁକୁ ଘରକୁ ନେଇଥିଲେ । ଯାହା ଖାଇ ପରିବାରର ଚାରି ସଦସ୍ୟ ଅସୁସ୍ଥ ହୋଇପଡିଥିଲେ l ତେବେ ହରି ଗୌଡ଼ଙ୍କ ପୁଅ ଚାଷ ପାଇଁ ବିଲକୁ ଚାଲି ଯାଇଥିବା ବେଳେ ସେହି ଛତୁ ନ ଖାଇ ଅଳ୍ପକେ ବର୍ତ୍ତି ଯାଇଥିଲେ ।

ପରେ ସମସ୍ତଙ୍କୁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଏମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡିଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ-ବିଷାକ୍ତ ଛତୁ ଖାଇ ଅସୁସ୍ଥ
ଫର୍ମାଟ-ଏଭିଓ,୨୭/୦୬/୧୯
ରିପୋର୍ଟ-ତପନ ବିଷୋୟୀ, ନବରଙ୍ଗପୁର।
-----------------------------
ଆଙ୍କର-ଆଦିବାସୀ ଅଧୁସିତ ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ତେଲନଦୀ ଗ୍ରାମପଂଚାୟତ ଅନ୍ତର୍ଗତ ଚlଉଁରିବେଡା ନିକଟ ଗୁଦଗୁଦା ଗାଁ ଠାରେ ବିଷାକ୍ତ ଛତୁ ଖାଇ ବାପା, ମା, ଝିଅ ଏବଂ ଆଇ ବୁଢ଼ୀଙ୍କ ସମେତ ପରବାର ର ମୋଟ ଚାରି ଜଣ, ସମସ୍ତେ ଅସୁସ୍ଥ ହୋଇ ପଡ଼ିଥିଲେ lଖବର ମୁତାବକ ଘରପାଖ ଏକ ଗୋବର ଖତରେ ଫୁଟିଥିଲା ବିଷାକ୍ତ ଛତୁ, ତାକୁ ଛୋଟ ଛୋଟ ପିଲାମାନେ ତୋଳି ଆଣି ଖେଳୁଥିବା ଦେଖି ହରି ଗୌଡ଼ ଉକ୍ତ ଛତୁ କୁ ଘରକୁ ନେଇ ଆସିଥିଲେ, ଏବଂ ଏହାକୁ ରୋଷେଇ କରି ପରିବାର ର ଚାରିଜଣ ଯାକ ଖାଇ ହଟାତ ଅସୁସ୍ଥ ହୋଇପଡିଥିଲେ l ତେବେ ହରି ଗୌଡ଼ ର ପୁଅ ଚାଷ ପାଇଁ ଜମିକୁ ଚାଲି ଯାଇଥିବା ବେଳେ ସେ ଅଳ୍ପକେ ବର୍ତ୍ତୀ ଯାଇଥିଲେ l ଶେଷରେ 108କୁ ଫୋନ କରି ଝରୀଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିଛା ଲାଗି ଭର୍ତି କରାଯାଇଥିଲା l ଚିକତ୍ସା ପରେ ବର୍ତମାନ ଏମାନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଜଣାପଡିଛି lBody:Tapan Kumar Bissoyi Conclusion:NABARANGPUR

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.