ନବରଙ୍ଗପୁର: ଜିଲ୍ଲାରେ କରୋନା ସଂକ୍ରମଣ ଭୟଙ୍କର ଭାବେ ବଢିବାରେ ଲାଗିଛି । ଜିଲ୍ଲାରେ ପ୍ରତିଦିନ 300 ଉପରେ ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି । ଏବେ ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ୟା 18 ହଜାର ମୁହାଁ ହେବାକୁ ବସିଲାଣି । ଆଜି ପୁଣି ଜିଲ୍ଲାରୁ 344 ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l
ଆଜିର ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଉମରକୋଟ ବ୍ଲକରୁ 65 ଜଣ, ନବରଙ୍ଗପୁର ପୌରାଞ୍ଚଳରୁ 50 ଜଣ, ଝରିଗାଁ ବ୍ଲକରୁ 44 ଜଣ, ଉମରକୋଟ ପୌରାଞ୍ଚଳରୁ 37 ଜଣ, ଚନ୍ଦାହାଣ୍ଡି ବ୍ଲକରୁ 33 ଜଣ, ରାଇଘର ବ୍ଲକରୁ 30 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ନନ୍ଦାହାଣ୍ଡି ବ୍ଲକରୁ 26 ଜଣ, ନବରଙ୍ଗପୁର ବ୍ଲକରୁ 16 ଜଣ, କୋଷାଗୁମୁଡା ବ୍ଲକରୁ 15 ଜଣ, ପାପଡାହାଣ୍ଡି ବ୍ଲକରୁ 13 ଜଣ, ତେନ୍ତୁଳିଖୁଣ୍ଟି ବ୍ଲକରୁ 8 ଜଣ, ଡାବୁଗାଁ ବ୍ଲକରୁ 7 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l
ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ 17 ହଜାର 811 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି l ସେଥିମଧ୍ୟରୁ 14 ହଜାର 384 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଛନ୍ତି । ବର୍ତ୍ତମାନ ଜିଲ୍ଲାରେ ମୋଟ 3 ହଜାର 295 ଜଣ ସକ୍ରିୟ ଆକ୍ରାନ୍ତ ମାମଲା ରହିଥିବାବେଳେ 3 ହଜାର 36 ଜଣ ଡାକ୍ତରଙ୍କ ପରାମର୍ଶରେ ନିଜ ନିଜର ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି l ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 2 ଲକ୍ଷ 69 ହଜାର 459 ଜଣଙ୍କର ନମୁନା ସଂଗ୍ରହ କରାଯାଇ କୋଭିଡ ପରୀକ୍ଷା କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ