ETV Bharat / state

ନବରଙ୍ଗପୁରରେ 13 ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା, ଆଜି 336 ନୂଆ ପଜିଟିଭ ଚିହ୍ନଟ

author img

By

Published : May 9, 2021, 4:12 PM IST

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆଜି ପୁଣି ନବରଙ୍ଗପୁରରୁ 336 ଜଣ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡିଛି। ଅଧିକ ପଢନ୍ତୁ...

ନବରଙ୍ଗପୁରରେ 13 ହଜାରକୁ ଟପିଲା ସଂକ୍ରମିତଙ୍କ ସଂଖ୍ୟା,

ନବରଙ୍ଗପୁର: କୋରୋନା ମହାମାରୀର ଦ୍ବିତୀୟ ଲହରୀ ଏବେ ଦୃତ ଗତିରେ ବଢିବାରେ ଲାଗିଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆଜି ପୁଣି ନବରଙ୍ଗପୁରରୁ 336 ଜଣ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡିଛି।

ଜିଲ୍ଲାରେ ଲଗାତାର ଭାବେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଜିଲ୍ଲାର ଛତିଶଗଡ ସୀମାନ୍ତ ରାଇଘର, ଚନ୍ଦାହାଣ୍ଡି,ଝରିଗାଁ ଓ ଉମରକୋଟ ବ୍ଲକରେ ସଂକ୍ରମଣ ସ୍ଥିତି ଉଦବେଗଜନକ ରହିଛି। 4ଟି ବ୍ଲକ ଓ ଗୋଟିଏ ପୌରାଞ୍ଚଳରେ କୋରୋନା ସଂକ୍ରମଣ ହାର ଥମିବାର ନାଆଁ ଧରୁନାହିଁ । ରବିବାର ଚିହ୍ନଟ 336 ଜଣ ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ 13 ହଜାରକୁ ଟପିଲା ନୂଆ ସଂକ୍ରମିତଙ୍କ ସଂଖ୍ୟା । ରବିବାର ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ସର୍ବାଧିକ ଉମରକୋଟ ବ୍ଲକରୁ 56 ଜଣ, ରାଇଘର ବ୍ଲକରୁ 53 ଜଣ, ଚନ୍ଦାହାଣ୍ଡି ବ୍ଲକରୁ 41 ଜଣ, ଝରିଗାଁ ବ୍ଲକରୁ 34 ଜଣ, କୋଷଗୁମୁଡା ବ୍ଲକରୁ 28 ଜଣ,ନନ୍ଦାହାଣ୍ଡି ବ୍ଲକରୁ 26 ଜଣ, ଉମରକୋଟ ପୌରାଞ୍ଚଳରୁ 25 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଡାବୁଗାଁ ବ୍ଲକରୁ 18 ଜଣ, ତେନ୍ତୁଳିଖୁଣ୍ଟି ବ୍ଲକରୁ 16 ଜଣ, ନବରଙ୍ଗପୁର ପୌରାଞ୍ଚଳରୁ 15 ଜଣ, ପାପଡାହାଣ୍ଡି ବ୍ଲକରୁ 13 ଜଣ ଏବଂ ନବରଙ୍ଗପୁର ବ୍ଲକରୁ 11 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଆଜି ସୁଦ୍ଧା ଜିଲ୍ଲାରେ ସମୁଦାୟ 13236 ଜଣ ସଂକ୍ରମିତଙ୍କ ମଧ୍ୟରୁ 9646 ଜଣ ସୁସ୍ଥ ହୋଇଥିବାବେଳେ 3499 ଜଣ ସକ୍ରିୟ ଅଛନ୍ତି । ଏବଂ ସମୁଦାୟ 3363 ଜଣ ଆକ୍ରାନ୍ତ ଡାକ୍ତରଙ୍କ ପରାମର୍ଶରେ ନିଜ ନିଜ ଘରେ ରହି ଚିକିତ୍ସା ଜାରି ରଖିଛନ୍ତି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 2 ଲକ୍ଷ 49 ହଜାର 956 ଜଣଙ୍କ ନମୁନା ସଂଗ୍ରହ କରାଯାଇ କୋରୋନା ପରୀକ୍ଷା କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.