ETV Bharat / state

24 ଘଣ୍ଟାରେ ୩୦୬ ନୂଆ କୋରୋନା ପଜିଟିଭ୍ ଚିହ୍ନଟ - Corona

ତାଲା ବନ୍ଦ ସତ୍ତ୍ବେ ଦୈନିକ ସଂକ୍ରମଣରେ ବୃଦ୍ଧି । ଲଗାତାର ଭାବେ ଜିଲ୍ଲାରୁ ଦୈନିକ 3 ଶହରୁ ଅଧିକ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ...

24 ଘଣ୍ଟାରେ ୩୦୬ ନୂଆ କୋରୋନା ପଜିଟିଭ୍ ଚିହ୍ନଟ

author img

By

Published : May 10, 2021, 4:36 PM IST

ନବରଙ୍ଗପୁର: ତାଲାବନ୍ଦ ସତ୍ତ୍ବେ ଜିଲ୍ଲାରେ ଦୈନିକ ସଂକ୍ରମଣ ସଂଖ୍ୟା ତଳକୁ ଖସୁନାହିଁ । 24 ଘଣ୍ଟାରେ ୩୦୬ ନୂଆ କୋରୋନା ପଜିଟିଭ୍ ଚିହ୍ନଟ l ନବରଙ୍ଗପୁର ଜିଲ୍ଲାରୁ ଆଜି 306 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ବର୍ତ୍ତମାନ କରୋନା କବଳରେ ସାରା ରାଜ୍ୟ । ଏହି ମହାମାରୀର ପ୍ରଥମ ଲହର ସଂକ୍ରମଣ ଠାରୁ ଦ୍ୱିତୀୟ ଲହରରେ କେହିବି ବାଦ୍ ପଡୁନାହାନ୍ତି l ଗତ କିଛିଦିନ ହେବ ଜିଲ୍ଲାରେ ଲଗାତାର ଭାବେ ଦୈନିକ 3 ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସବୁଠାରୁ ବଡକଥା ହେଉଛି ତାଲାବନ୍ଦ ସତ୍ତ୍ବେ ଦୈନିକ ସଂକ୍ରମଣ ସଂଖ୍ୟା ତଳକୁ ଖସୁନାହିଁ । ତେବେ ଦିନକୁ ଦିନ କୋରୋନା ଆକ୍ରାନ୍ତ ବୃଦ୍ଧି ପାଇବା ସମସ୍ତଙ୍କର ଚିନ୍ତା ବଢାଇ ଦେଇଛି ।

24 ଘଣ୍ଟାରେ ୩୦୬ ନୂଆ କୋରୋନା ପଜିଟିଭ୍ ଚିହ୍ନଟ
24 ଘଣ୍ଟାରେ ୩୦୬ ନୂଆ କୋରୋନା ପଜିଟିଭ୍ ଚିହ୍ନଟ

ନବରଙ୍ଗପୁର ଜିଲ୍ଲାରେ ଆଜକୁ ମୋଟ 2 ଲକ୍ଷ 50 ହଜାର 916 ଜଣଙ୍କର ନମୁନା ସଂଗ୍ରହ କରାଯାଇ କୋଭିଡ ପରୀକ୍ଷା କରାଯାଇଥିବାବେଳେ ଜିଲ୍ଲାରେ ମୋଟ 13452 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ସେଥିମଧ୍ୟରୁ 10028 ଜଣ ସୁସ୍ଥ ହୋଇଛନ୍ତି l ବର୍ତ୍ତମାନ ମୋଟ 3331 ଜଣ କୋରୋନା ସଂକ୍ରମିତଙ୍କ ସକ୍ରିୟ ମାମଲା ରହିଥିବାବେଳେ ସେଥିମଧ୍ୟରୁ ମୋଟ 3179 ଜଣ ନିଜ ଘରେ ଏକାନ୍ତବାସରେ ରହିଛନ୍ତି । ଏବଂ ଅନ୍ୟମାନେ ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି l

ତେବେ ଆଜି ଜିଲ୍ଲାରେ ଚିହ୍ନଟ ୩୩୬ ଜଣ ନୂଆ ଆକ୍ରାନ୍ତ ମଧ୍ୟରୁ ସର୍ବାଧିକ ଉମରକୋଟ ବ୍ଲକରୁ 62, ଚନ୍ଦାହାଣ୍ଡି ବ୍ଲକରୁ 59, ରାଇଘର ବ୍ଲକରୁ 44, ଝରିଗାଁ 37, ପାପଡାହାଣ୍ଡି ବ୍ଲକରୁ 21 ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଉମରକୋଟ ପୌରାଞ୍ଚଳରୁ 19, ତେନ୍ତୁଳିଖୁଣ୍ଟି ବ୍ଲକରୁ 16, ଡାବୁଗାଁ ବ୍ଲକରୁ 12, କୋଷାଗୁମୁଡା ବ୍ଲକରୁ 11, ନନ୍ଦାହାଣ୍ଡି ବ୍ଲକରୁ 10, ନବରଙ୍ଗପୁର ପୌରାଞ୍ଚଳରୁ 9 ଜଣ ଏବଂ ନବରଙ୍ଗପୁର ବ୍ଲକରୁ 6 ଜଣ ଆଜି ନୂଆ କାେରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.