ETV Bharat / state

ନବରଙ୍ଗପୁର ଜିଲ୍ଲାରୁ ଆଉ ୨୧ କୋରୋନା ପଜିଟିଭ ଚିହ୍ନଟ

author img

By

Published : Aug 17, 2020, 6:03 PM IST

ନବରଙ୍ଗପୁର ଜିଲ୍ଲାରୁ ସୋମବାର ଆଉ ୨୧ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୭ ପହଞ୍ଚିଲା । ଜିଲ୍ଲାରେ ଟେଷ୍ଟିଂକୁ ଅଧିକ ଗୁରୁତ୍ବ ଦିଆଯାଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ନବରଙ୍ଗପୁର ଜିଲ୍ଲାରୁ ଆଉ ୨୧ କୋରୋନା ପଜିଟିଭ ଚିହ୍ନଟ
ନବରଙ୍ଗପୁର ଜିଲ୍ଲାରୁ ଆଉ ୨୧ କୋରୋନା ପଜିଟିଭ ଚିହ୍ନଟ

ନବରଙ୍ଗପୁର: ଜିଲ୍ଲାରେ କୋରୋନାକୁ ଲାଗୁନି ବ୍ରେକ୍ । ସୋମବାର ଜିଲ୍ଲାରୁ ପୁଣି ଚିହ୍ନଟ ହେଲେ ୨୧ କୋରୋନା ପଜିଟିଭ । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସୂଚନା ପାଇବା ପରେ ଏନେଇ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି ।

ନବରଙ୍ଗପୁର ଜିଲ୍ଲାରେ ଚିହ୍ନଟ ହୋଇଥିବା ୨୧ ଜଣଙ୍କ ମଧ୍ୟରୁ ସର୍ବାଧିକ ଆକ୍ରାନ୍ତ ନବରଙ୍ଗପୁର ବ୍ଲକରୁ ୧୨, ନବରଙ୍ଗପୁର ମ୍ୟୁନିସିପାଲିଟିରୁ ୪, ଉମରକୋଟ ମ୍ୟୁନିସିପାଲିଟିରୁ ୨ ଏବଂ ଉମରକୋଟ ବ୍ଲକରୁ ୨, ତେନ୍ତୁଳିଖୁଣ୍ଟି ବ୍ଲକରୁ ୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୧ ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ପଜିଟିଭ୍ ସଂଖ୍ୟା ୫୩୭ରେ ପହଞ୍ଚିଥିବାବେଳେ ସେମାନଙ୍କ ମଧ୍ୟରୁ ୩୭୯ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଜିଲ୍ଲାରେ ୧୫୬ ଜଣ କୋରୋନା ପଜିଟିଭ୍ ଚିକିତ୍ସାଧୀନ ଅବସ୍ଥାରେ ରହିଥିବାବେଳେ ସେଥିମଧ୍ୟରୁ ୩୭ ଜଣ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି । ଜିଲ୍ଲାରେ ଟେଷ୍ଟିଙ୍ଗକୁ ଅଧିକ ଗୁରୁତ୍ବ ଦିଆଯାଉଥିବାବେଳେ ଗତକାଲି ଜିଲ୍ଲାରେ ୨୨୪୮ ଜଣଙ୍କ ରାପିଡ ଟେଷ୍ଟ ହୋଇଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.