ETV Bharat / state

ନବରଙ୍ଗପୁରରେ 2 ନାବାଳିକାଙ୍କୁ ଅପହରଣ - ନବରଙ୍ଗପୁରରେ ନାବାଳିକାଙ୍କୁ ଅପହରଣ

ପନକାଗୁଡା ଗ୍ରାମରେ ଦୁଇ ନାବାଳିକା ଅପହରଣକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି । ଥାନାରେ ଏତଲା । ନରବଳି ପାଇଁ ଅପହରଣ କରାଯାଇଥିବା ସନ୍ଦେହ କରୁଛନ୍ତି ପରିବାର ଲେକେ । ଅଧିକ ପଢନ୍ତୁ...

ନବରଙ୍ଗପୁରରେ 2 ନାବାଳିକାଙ୍କୁ ଅପହରଣ
ନବରଙ୍ଗପୁରରେ 2 ନାବାଳିକାଙ୍କୁ ଅପହରଣ
author img

By

Published : Feb 7, 2020, 1:43 AM IST

ନବରଙ୍ଗପୁର: ଜିଲ୍ଲାର ପନକାଗୁଡା ଗ୍ରାମରେ ଦୁଇ ନାବାଳିକା ଅପହରଣକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି । ଏ ନେଇ ପରିବାର ଲୋକେ ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗ ପରେ କୁନ୍ଦେଇ ପୋଲିସ ପକନାଗୁଡ଼ା ଗ୍ରାମକୁ ଯାଇ ଘର ଘର ବୁଲି ତଲାସି କରୁଥିବା ଦେଖିବାକୁ ମିଳିଛି ।

ନବରଙ୍ଗପୁରରେ 2 ନାବାଳିକାଙ୍କୁ ଅପହରଣ

ଗତ ୪ ତାରିଖ ମଙ୍ଗଳବାର ଦିନ ରାଇଘର ବ୍ଲକ୍ ଗୋନା ଗ୍ରାମର ପ୍ରକାଶ ପାଣ୍ଡେଙ୍କ ୯ ବର୍ଷର ଝିଅ ଲଷ୍ମୀ ପାଣ୍ଡେ ପରିବାର ସହ ନିଜ ମାମୁଁ ଘର ପକନାଗୁଡ଼ା ଗ୍ରାମକୁ ବୁଲିବାକୁ ଆସିଥିଲେ । ଏବଂ ପକନାଗୁଡ଼ା ଗ୍ରାମର ମହାଦେବ ଗଣ୍ଡଙ୍କ ୯ ବର୍ଷର ଝିଅ ପଞ୍ଚବତୀ ତିଓ୍ବାରୀ ଦୁହେଁ ମିଶି ଦିନ ପ୍ରାୟ 2ଟା ବେଳେ ଘରୁ ଖେଳିବାକୁ ବାହାରି ଯାଇଥିଲେ । ଦିନ ତମାମ 2 ଝିଅ ଘରକୁ ନଫେରିବାରୁ ପରିବାର ସହିତ ଗାଁ ଲୋକେ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲେ । କେଉଁଠି କିଛି ସନ୍ଧାନ ନମିଳିବାରୁ ଘରଲୋକେ କୁନ୍ଦେଇ ଥାନାରେ ଏତଲା ଦେଇଥିଲେ । ତେବେ ପରିବାର ସହିତ ତାଙ୍କର କୈଣସି ପୂର୍ବ ଶତ୍ରୁତା କିମ୍ବା ଏହି ଅଞ୍ଚଳରେ ବିଭିନ୍ନ ଜାଗାରେ ମାଘ ମଣ୍ତେଇ ଯାତ୍ରା ହେଉଥିବା ରୁ ନରବଳି ପାଇଁ ଅପହରଣ କରାଯାଇଥାଇ ପାରେ ବୋଲି ଅନେକ ପ୍ରଶ୍ନ ଉଠିଛି ।

ପରିବାର ଲୋକଙ୍କ ଏତଲା କୁ ଆଧାର କରି 2 ଦିନ ହେବ କୁନ୍ଦେଇ ପୋଲିସ ଗାଁ ସାରା ଘର ଘର ବୁଲି ଖୋଜା ଖୋଜି ଚଳାଇଛି । ଅନ୍ୟପଟେ କିଛି ବର୍ଷପୂର୍ବେ ମଧ୍ୟ ଏହି ଗ୍ରାମ ଆଖପାଖ ଅଞ୍ଚଳରେ ଜଣେ ମାଁ ଓ ଶିଶୁ ର ଜିଭ କାଟି ବଳି ଦିୟା ଯାଇଥିବା ବେଳେ ଏପର୍ଯ୍ୟନ୍ତ ତାହାର ତଦନ୍ତ ହେଇପାରିଲା ନାହିଁ ବୋଲି ନାବାଳିକାଙ୍କ ସମ୍ପର୍କୀୟ ପ୍ରତିକ୍ରିୟା ଦେଇଛନ୍ତି । ଏହି ଘଟଣା ସମ୍ପର୍କରେ ପୋଲିସ କ୍ୟାମେରା ସମ୍ମୁଖରେ କିଛି ପ୍ରକାଶ କରିବାକୁ ମନା କରିଦେଇଥିବାବେଳେ ତଦନ୍ତ ଚାଲିଛି ଏବଂ ସତ୍ୟାସତ୍ୟ ଖୁବ୍ ଶୀଘ୍ର ପଦାକୁ ଆସିବ ବୋଲି କୁନ୍ଦେଇ ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:STORY-: ଦୁଇ ନାବାଳିକାକୁ ଅପହରଣ ନେଇ ଥାନାରେ ଏତଲା,
Reporter-:ତପନ କୁମାର ବିଷୟି, ନବରଙ୍ଗପୁର
Anchor- ଦୁଇ ନାବାଳିକା ଅପହରଣ କୁ ନେଇ ଥାନାରେ ଏତଲା ଦେଲେ ପରିବାର ଲୋକେ । କଶକୋଙ୍ଗା ମଣ୍ଡେଇ ପୂର୍ବରୁ ଦୁଇ ନାବାଳିକା ନିଖୋଜ ଥିବାରୁ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ପକନାଗୁଡ଼ା ଓ ଗୋନା ଗ୍ରାମର ଦୁଇ ନାବାଳିକା ଙ୍କ ବାପା କୁନ୍ଦେଇ ଥାନା ରେ ଏତଲା ଦେଇଛନ୍ତି । ଏତଲା ପାଇବା ପରେ କୁନ୍ଦେଇ ପୋଲିସ ପକନାଗୁଡ଼ା ଗ୍ରାମକୁ ଯାଇ ଘର ଘର ବୁଲି ତଲାସି କରୁଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ଗତ ୪ ତାରିଖ ମଙ୍ଗଳବାର ଦିନ ରାଇଘର ବ୍ଲକ୍ ଗୋନା ଗ୍ରାମର ପ୍ରକାଶ ପାଣ୍ଡେଙ୍କ ୯ ବର୍ଷର ଝିଅ ଲଷ୍ମୀ ପାଣ୍ଡେ ପରିବାର ସହ ନିଜ ମାମୁଁ ଘର ପକନାଗୁଡ଼ା ଗ୍ରାମକୁ ବୁଲିବାକୁ ଆସିଥିଲେ । ଏବଂ ପକନାଗୁଡ଼ା ଗ୍ରାମର ମହାଦେବ ଗଣ୍ଡଙ୍କ ୯ ବର୍ଷ ର ଝିଅ ପଞ୍ଚବତୀ ତିଓ୍ବାରୀ ଦୁହେଁ ମିଶି ଦିନ ପ୍ରାୟ 2 ଟା ବେଳେ ଘରୁ ଖେଳିବାକୁ ବାହାରି ଯାଇଥିଲେ । ଦିନ ତମାମ ମାମୁଁ ଘରକୁ ନ ପେରିବାରୁ ପରିବାର ସହିତ ଲୋକେ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲେ ନ ପାଇବାରୁ ଘରଲୋକେ କୁନ୍ଦେଇ ଥାନାରେ ଏତଲା ଦେଇଥିଲେ। ସେହି ଦୁଇ ନିରିହ ଝିଅ କ'ଣ ପାଇଁ ଅପହରଣ କରାଯାଇଛି ?
ପରିବାର ସହିତ ତାଙ୍କର କୈଣସି ପୂର୍ବ ଶତ୍ରୁତା ନାହିଁ ତ ?
ଏହି ଅଞ୍ଚଳରେ ବିଭିନ୍ନ ଜାଗରେ ମାଘ ମଣ୍ତେଇ ଯାତ୍ରା ହେଉଥିବା ରୁ ନରବଳି ପାଇଁ ଅପହରଣ କରାଯାଇ ନାହିଁ ତ ?
ଏହି ପରି ଲୋକମାନଙ୍କର ମନରେ ପ୍ରଶ୍ନବାଚକ ସୃଷ୍ଟି ହେଉଛି । ପରିବାର ଲୋକଙ୍କ ଏତଲା କୁ ଆଧାର କରି ଗତ କାଲି ଓ ଆଜି ଦିନସାରା କୁନ୍ଦେଇ ପୋଲିସ ଗାଁ ସାରା ଘର ଘର ବୁଲି ଖୋଜା ଖୋଜି ଚଲାଇ ଥିବା ଦୃଶ୍ୟ ଦେଖିବାକୁ ମିଳିଛି ।
ଅନ୍ୟପଟେ ନାବାଳିକାଙ୍କ ସମ୍ପର୍କୀୟଙ୍କ କହିବା କଥା କିଛି ବର୍ଷପୂର୍ବେ ମଧ୍ୟ ଏହି ଗ୍ରାମ ଆଖପାଖ ଅଞ୍ଚଳରେ ଜଣେ ମାଁ ଓ ଶିଶୁ ର ଜିଭ କାଟି ବଳି ଦିୟା ଯାଇଥିଲା କିନ୍ତୁ ଏବେ ପର୍ଯ୍ୟନ୍ତ ତାହାର ତଦନ୍ତ ହେଇପାରିଲା ନାହିଁ ଏଣୁ ପୁ୍ନର୍ବାର ହୋଇଥିବା ଏହି ଘଟଣାର ତଦନ୍ତ ଦାବି କରିଛନ୍ତି । ଅନ୍ୟପଟେ ସେହି ଗାଁ ସ୍କୁଲରେ 3 ଶ୍ରେଣୀରେ ପଡୁଥିବା ପଞ୍ଚବଟୀ ପାଠ ପଢାଉଥିବା ସ୍କୁଲ ଶିକ୍ଷକ ବହୁତ ଦୁଃଖ ପ୍ରକାଶ କରି ଫେରିବା ବାଟକୁ ଚାହିଁ ରହିଥିବା ସୂଚନା ମିଳିଛି
ଏହି ଘଟଣା ସମ୍ପର୍କରେ ପୋଲିସ କ୍ୟାମେରା ସମ୍ମୁଖରେ କିଛି ପ୍ରକାଶ କରିବାକୁ ମନା କରିଦେଇଥିବାବେଳେ ତଦନ୍ତ ଚାଲିଛି ଏବଂ ସତ୍ୟାସତ୍ୟ ଖୁବ୍ ଶିଘ୍ର ପଦାକୁ ଆସିବ ବୋଲି କୁନ୍ଦେଇ ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।
Tapan kumar bissoyi Body:Tapan kumar bissoyi Conclusion:Nabarangpur
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.