ନବରଙ୍ଗପୁର: ଜିଲ୍ଲାରେ ପୁଣି ଆଜି 12 ପଜିଟିଭ୍ ଚିହ୍ନଟ । ନବରଙ୍ଗପୁର ଜିଲ୍ଲାରେ ସେପ୍ଟେମ୍ବର ପରଠାରୁ ମହାମାରୀ କୋରୋନା ସଂକ୍ରମଣ ବଢ଼ି ଚାଲିଥିଲା । କିନ୍ତୁ ନଭେମ୍ବର ପ୍ରଥମ ସପ୍ତାହରୁ ସଂକ୍ରମଣ ଧୀରେ ଧୀରେ କମ୍ ହେବାରେ ଲାଗିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ 24 ଘଣ୍ଟା ମଧ୍ୟରେ ଜିଲ୍ଲାରେ 12 ଜଣ କୋରୋନା ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ବୁଧବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଉମରକୋଟ ବ୍ଲକରୁ 4 ଜଣ, ନବରଙ୍ଗପୁର ପୌରାଞ୍ଚଳ ଓ ରାଇଘର ବ୍ଲକରୁ 3 ଜଣ ଲେଖାଏଁ ଏବଂ ସେହିପରି ନନ୍ଦାହାଣ୍ଡି ଓ ଝରିଗାଁ ବ୍ଲକରୁ ଜଣେ ଲେଖାଏଁ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଆଜିର ଚିହ୍ନଟ ନୂତନ ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 5,644କୁ ବୃଦ୍ଧି ପାଇଛି ।
ସେଥିମଧ୍ୟରୁ 5,465 ଜଣ ସଂକ୍ରମିତ ସମ୍ପୁର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ 136 ଜଣ ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ 102 ଜଣ କୋରୋନା ଆକ୍ରାନ୍ତ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡିଛି l ଜିଲ୍ଲାରେ ଆଜକୁ ମୋଟ 1 ଲକ୍ଷ 8ହଜାର 789 ଜଣଙ୍କର ନମୁନା ସଂଗ୍ରହ କରାଯାଇ କୋଭିଡ଼ ପରୀକ୍ଷା କରାଯାଇଥିବା ସୂଚନା ମିଳିଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ