ରାଇରଙ୍ଗପୁର: ବଡଦିନରେ ଅଘଟଣ । ଭୀମକୁଣ୍ଡରେ ଗାଧୋଉଥିବା ବେଳେ ଭାସିଗଲେ ପର୍ଯ୍ୟଟକ । ଲୋକେ ଚାତକ ଭଳି ଚାହୁଁଥିଲେ ବି ଯୁବକଙ୍କୁ ଉଦ୍ଧାର କରି ପାରିନଥିଲେ । ବର୍ତ୍ତମାନ ସୁଦ୍ଧା ଯୁବକଙ୍କ ପରିଚୟ ମିଳି ପାରିନାହିଁ । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ଆଜି ବଡଦିନ ଥିବାରୁ କେନ୍ଦୁଝର ଜିଲ୍ଲାରୁ କିଛି ଯୁବକ ପିକନିକ କରିବା ପାଇଁ ଆସି ଭୀମକୁଣ୍ଡକୁ ଆସିଥିଲେ । ହେଲେ ସେମାନେ ସାନକୁଣ୍ଡରେ ଗାଧୋଉଥିବା ସମୟରେ ପ୍ରଖର ଜଳସ୍ରୋତରେ ଭାସିଯାଇଥିଲେ ଜଣେ ଯୁବକ । ତେବେ ଗଭୀର ଜଳରେ ଯୁବକ ଜଣକ ଭାସି ଯାଉଥିବା ବେଳେ ଲୋକେ ଚାତକପରି ଚାହିଁ ବସିଥିଲେ ବି କେହି ଉଦ୍ଧାର କରିବା ପାଇଁ ସାହସ କରି ପାରିନଥିଲେ । ଭୀମକୁଣ୍ଡରେ ପ୍ରତ୍ୟେକ ବର୍ଷ ପିକନିକ ଋତୁରେ ଏପରି ଅଘଟଣ ଘଟୁଥଲେ ବି ପ୍ରଶାସନ ପକ୍ଷରୁ ସେପରି ସୁରକ୍ଷା ବ୍ୟବସ୍ଥା କଡାକଡି ନ କରୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ