ETV Bharat / state

ସାନଭାଇର କଟୁରି ଚୋଟରେ ବଡଭାଇ ମୃତ

ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ମାଧପୁର ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ । ପାରିବାରିକ କଳହକୁ କେନ୍ଦ୍ର କରି ସାନ ଭାଇର କଟୁରି ଚୋଟରେ ବଡଭାଇର ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ

younger brother killed his older brother in baripada
ବାରିପଦାରେ ବିଭତ୍ସ ହତ୍ୟାକାଣ୍ଡ: ସାନଭାଇର କଟୁରି ଚୋଟରେ ବଡଭାଇ ମୃତ
author img

By

Published : Jun 26, 2022, 2:41 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ମାଧପୁର ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ । ପାରିବାରିକ କଳହକୁ କେନ୍ଦ୍ର କରି ସାନ ଭାଇର କଟୁରି ଚୋଟରେ ବଡଭାଇର ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛି ମେଘରାୟ ସରେନ ହୋଇଥିବା ଜଣାପଡିଛି ।

ବାରିପଦାରେ ବିଭତ୍ସ ହତ୍ୟାକାଣ୍ଡ: ସାନଭାଇର କଟୁରି ଚୋଟରେ ବଡଭାଇ ମୃତ

ସୂଚନା ଅନୁଯାୟୀ, ବଡ ଭାଇ ପ୍ରତିଦିନ ନିଶାସକ୍ତ ଅବସ୍ଥାରେ ଘରକୁ ଆସି ଘରେ ଗାଳି ଗୁଲଜ କରୁଥିଲେ । ତେବେ ଗତକାଲି ମଧ୍ୟ ରାତ୍ରି ସମୟରେ ବଡ ଭାଇ ମଦ୍ୟପାନ କରି ଘରେ ଶୋଇଥିବା ସାନ ଭାଇ ସହ ଗଣ୍ଡଗୋଳ କରିଥିଲେ । ସାନଭାଇ କ୍ରୋଧର ବଶବର୍ତ୍ତୀ ହୋଇ ଏକ କଟୁରି ସାହାଯ୍ୟର ବଡ ଭାଇକୁ ଆକ୍ରମଣ କରିଥିଲା । ଫଳରେ ବଡଭାଇର ମୃତ୍ୟୁ ଘଟିଛି । ଖବର ପାଇ ଘଟଣାସ୍ଥଳରେ ବାରିପଦା ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ଲକ୍ଷ୍ମଣ ସରେନକୁ ଗିରଫ କରିଛି । ଏନେଇ ବାରିପଦା ସହର ପୋଲିସ ହତ୍ୟାକାଣ୍ଡର ମାମଲା ରୁଜ୍ଜୁ କରି ପରିବାରର ଅନ୍ୟ ସଦସ୍ୟଙ୍କ ଠାରୁ ପୁଙ୍ଖାନୁପୁଙ୍ଖ ତଥ୍ୟ ସଂଗ୍ରହ କରୁଛି । ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.