ETV Bharat / state

ପେଟର ଜ୍ବାଳା ସହିପାରିଲେନି ଯୁବକ, ଡଷ୍ଟବିନରୁ ଖାଉଛନ୍ତି ଖାଦ୍ୟ - ରାଇରଙ୍ଗପୁରରେ ମାନସିକ ବିକୃତ ଯୁବକ

ଭୋକର କରୁଣ ଚିତ୍ର, ପେଟର ଜ୍ବାଳାକୁ ସହି ନପାରି ଡଷ୍ଟବିନରୁ ପଚାସଢା ଖାଦ୍ୟ ଖାଉଛନ୍ତି ମାନସିକ ବିକୃତ ଯୁବକ । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ । ଅଧିକ ପଢନ୍ତୁ

ପେଟର ଜ୍ବଳାକୁ ସହିପାରିଲେନୀ ଯୁବକ, ଡଷ୍ଟବିନରୁ ଖାଉଛନ୍ତି ଖାଦ୍ୟ

author img

By

Published : May 19, 2022, 3:32 PM IST

ରାଇରଙ୍ଗପୁର : ପୁଣି ସାମ୍ନାକୁ ଆସୁିଲା ଭୋକର କରୁଣ ଚିତ୍ର, ପେଟର ଜ୍ବାଳାକୁ ସହି ନପାରି ଡଷ୍ଟବିନରୁ ପଚାସଢା ଖାଦ୍ୟ ଖାଉଛନ୍ତି ମାନସିକ ବିକୃତ ଯୁବକ। ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦ ଅନ୍ତର୍ଗତ ୧୦ ନଂ ୱାର୍ଡ ଅଁଳାଡୁବାରେ । କୁଢ କୁଢ ଅଳିଆ ମଧ୍ୟରେ ଯୁବକ ଜଣଙ୍କ ପଚାସଢା ଖାଦ୍ୟ ବାହାର କରି ଖାଉଥିବା ଦେଖିବାକୁ ମିଳିଛି ।

ପେଟର ଜ୍ବଳାକୁ ସହିପାରିଲେନୀ ଯୁବକ, ଡଷ୍ଟବିନରୁ ଖାଉଛନ୍ତି ଖାଦ୍ୟ

ଅଁଳାଡୁବାସ୍ଥିତ ବାଦାମୀବାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫୦ ମିଟର ଦୂରରେ ରହିଛି ପୌରପାଳିକାର ଅଳିଆ ଆବର୍ଜନା ଫିଙ୍ଗିବା ପାଇଁ ଉଦ୍ଦିଷ୍ଟ ଡଷ୍ଟବିନ। ଆଖପାଖ ଲୋକେ ଅଳିଆ ଆବର୍ଜନା ସହିତ ବାସି ଖାଦ୍ୟ ସେଠାରେ ଫୋପାଡି ଦେଇଥାନ୍ତି । ତେବେ ସେଠାକାର ଦୁର୍ଗନ୍ଧ ଯୁକ୍ତ ପରିବେଶକୁ ଯିବାକୁ ହେଲେ ମାସ୍କ ପିନ୍ଧିବାକୁ ପଡୁଥିବାବେଳେ ମାନସିକ ବିକୃତ ଯୁବକ କିନ୍ତୁ ଡଷ୍ଟବିନ ଘାଣ୍ଟି ଘାଣ୍ଟି ଖାଦ୍ୟ ସଂଗ୍ରହ କରିବା ସହ ଖାଉଛନ୍ତି । ମୁଖ୍ୟ ରାସ୍ତା କଡ଼ରେ ଯୁବକଙ୍କୁ ଏପରି ଅବସ୍ଥାରେ ଦେଖିବାକୁ ମିଳିଥିଲେ ମଧ୍ୟ କାହାର ଯେମିତି ସେଥି ପ୍ରତି ନିଘା ନଥିବା ଭଳି ମନେ ହେଉଛି । ତେବେ ଯୁବକ ଜଣଙ୍କ ତାଙ୍କ ପରିଚୟ ଦେଇପାରୁନଥିବାବେଳେ ତାଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଥଇଥାନ କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.